ରାଜନୀତି

ପ୍ରଥମେ ହୃଦୟର ଅଳିଆ ସଫା କର’

ନୂଆଦିଲ୍ଲୀ,: ବିଏସପି ଏମ୍‌ପି ଦାନିସ ଅଲୀ ଚର୍ଚ୍ଚାରେ ରହିଛନ୍ତି। ରବିବାର ସ୍ବଚ୍ଛତା ଅଭିଯାନ ମାଧ୍ୟମରେ ସେ ତାଙ୍କ ନାମ ନ ନେଇ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ନିବେଦନ କରିଛନ୍ତି।
ଦାନିସ ଅଲୀ ପୋଷ୍ଟ କରିଛନ୍ତି, ସ୍ବଚ୍ଛତା ଅଭିଯାନ ବହୁତ ଜରୁରୀ, କିନ୍ତୁ ଏହାଠାରୁ ଜରୁରୀ ହୃଦୟରେ ଥିବା ମଇଳା ସଫା କରିବା। ନରେନ୍ଦ୍ର ମୋଦି ଜି ନୀରବତା ଭାଙ୍ଗନ୍ତୁ ଏବଂ ସଂସଦରେ ହୋଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଲୋକଙ୍କ ହୃଦୟରେ ତ ମଇଳା ଭରି ରହିଛି। ଗଳି ଏବଂ ରାସ୍ତା ସଫା କଲେ କଣ ହେବ।
ସୂଚନାଯୋଗ୍ୟ ଯେ, ସଂସଦର ସ୍ବତନ୍ତ୍ର ଅଧିବେଶନରେ ଭାଜପା ଏମ୍‌ପି ରମେଶ ବିଧୁରୀ ଦାନିସ ଅଲୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *