ରାଜ୍ୟ

କେଉଁ ସାମ୍ରାଜ୍ୟବାଦ ଚାଲିଛି ଖଣି ବିଭାଗରେ, ସବୁ ଜାଣିବି ଅଜଣା ନିର୍ଦ୍ଦେଶକ

ଯୋଡ଼ା : ବହୁ ଚର୍ଚ୍ଚିତ ତଥା ରାଜ୍ୟବ୍ୟାପୀ ସରଗରମ କରି ଚାଲିଥିବା ଦୀର୍ଘ ଦିନର ଖଣି ବିଭାଗର ଘୋଟାଲାର ବହୁ କାରନାମା ପର୍ଦ୍ଦାଫାସ ହୋଇ ଚାଲିଥିବା ବେଳେ ଦୋଷୀଙ୍କ ପ୍ରତି ବିଭାଗୀୟ ଅଧିକାରୀ ଚୁପ ଚାପ ବସିଯାଇଛନ୍ତି ରାଜଧାନୀର ପ୍ରମୁଖ ପଦବୀଯୁକ୍ତ ନିର୍ଦ୍ଦେଶକ ଶ୍ରୀ ଜି ରାଜେଶ କାହିଁକି?ଅନେକ ଘଟଣାର ତଥ୍ୟଭିତ୍ତିକ ପର୍ଦ୍ଦାଫାସ ପରେ ମଧ୍ୟ ଅଧିକାରୀଙ୍କ ପାରିଆପଣ କାର୍ଯ୍ୟାନୁଷ୍ଠାନ କାହିଁକି ଶୁନ?ଖବରର ଜବାବ ମାଗିଲେ ଉତ୍ତର ନାହିଁ,ଫୋନ କଲେ ଫୋନ ଉଠାନ୍ତି ନାହିଁ।ଆଉ କେତେ ଦିନ ଧରି ଘଣ୍ଟ ଘୋଡାଇ ଛତ୍ର ଛାୟା ତଳେ ରଖିବେ ଦୁର୍ନୀତିଗ୍ରସ୍ତ ସାମ୍ରାଜ୍ୟ ବିସ୍ତାର କରୁଥିବା ସ୍ଥାନୀୟ ବିଭାଗର ଉପନିର୍ଦେଶକ ରସୌନିକ ବିଶ୍ଳେଷଣ ଶ୍ରୀ ଦାସମାତ ସୋରେନ ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ରଙ୍କୁ ?ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ବିଭାଗର ସରକାରୀ ଚୌକୀରେ ବସି କରି ସରକାରଙ୍କ ଖଣି ବିଭାଗରେ ଖଣି ଲୋକ କାର୍ଯ୍ୟ କଲେ,କାହାର ନିର୍ଦ୍ଦେଶରେ?କ୍ୟାମେରା ସଂଯୋଗ ଥିବା ସତ୍ତ୍ବେ ତାହାକୁ ଦେଖି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର କାହିଁକି ଚୁପ ବସି ,କିପରି ଦାୟିତ୍ବହୀନତାରେ ନିଶ୍ଚିନ୍ତରେ ,ରାଜଧାନୀରେ ରହି ସରକାରୀ କାର୍ଯ୍ୟରେ ଅବହେଳା କରି ବେତନ ନେଉଛନ୍ତି?ଉକ୍ତ କାର୍ଯ୍ୟ ପ୍ରତି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ ଶୁନ କେଉଁ କାରଣରୁ ନିର୍ଦ୍ଦେଶକ ଶ୍ରୀ ରାଜେଶଙ୍କର ?ସମ୍ପୂର୍ଣ୍ଣ ଅବ୍ୟବସ୍ଥା ତଥା ଦାୟିତ୍ବହୀନତାରେ ବିଭାଗର ଅନେକ କାର୍ଯ୍ୟ ବାରମ୍ବାର ଖବର ପ୍ରସାର ଦ୍ଵାରା ସୂଚନା ଦେବା ସତ୍ତ୍ବେ କୌଣସିଥିରେ ସୁଧାରଆଣିବାରେ ଭୁଲି କରି, ଯୁଗ୍ମ ନିର୍ଦ୍ଦେଶକ ଏବଂ ଡି.ଡି.ସି.ଏ ସାକ୍ଷାତ କରିବା ଦୁର କଥା ଫୋନ ଉଠାଇବାକୁ ନାରାଜ। ସୂଚନା ଯୋଗ୍ୟ ଯୋଡ଼ା ସ୍ଥିତ ବିଭାଗର ବଡ଼ବିଲ ଠାରେ ଥିବା ଶାଖା ଗତ ଢେର ବର୍ଷ ଧରି ଦଖଲରେ ଚାଲି ଯାଇଥିବା ବେଳେ ଦଖଲ ଛଡାଇବା ପ୍ରତି ଦାୟିତ୍ବ ତୁଲାଇବା ଦୁର କଥା ବଡ଼ବିଲ ସହରରେ କେଉଁ ସ୍ଥାନରେ ତାହାର ଅବସ୍ଥିତି ରହିଛି,ଅଧିକାରୀଙ୍କୁ ମାଲୁମ ମଧ୍ୟ ନାହିଁ।ତଥାବି ଶ୍ରୀ ସୋରେନ ବହୁ ବ୍ୟସ୍ତିଆ। ଚଳିତ ମାସର ପ୍ରଥମ ଗୁରୁବାର ଏବଂ ଶୁକ୍ରବାରରେ ଏକ ଦାମୀ ବୋଲେରୋ ଯୋଗେ ଆସି ଦୁଇ ଦିନ ଧରି ଯୋଡ଼ା ଖଣି ବିଭାଗର ଅତି ନିକଟବର୍ତ୍ତୀରେ ଥିବା ସରକାରୀ ଆଇ.ବି ରେ ନରହି, ଏକ ଘରୋଇ ଖଣି କମ୍ପାନୀର ଗେଷ୍ଟ ହାଉସ କେଉଁ କାରଣରେ ରହି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର ଯୋଡ଼ା ବିଭାଗକୁ ଆସିଲେ,କିନ୍ତୁ ଶାଖାର ଜବର ଦଖଲ(ଟିଣ ଘେରା)ବିଷୟରେ ଦୃଷ୍ଟି ଦେଲେ ନାହିଁକି ଖଣି ଲୋକ ସରକାରୀ ଚୌକୀରେ ବସି ସରକାରଙ୍କ କି ପ୍ରକାରର କାର୍ଯ୍ୟ କରୁଥିଲେ ଉପରେ ବୁଝି କଣ କଲେ?ଏପରିକି ଯୋଡ଼ା ଖଣି ବିଭାଗରେ ଥିବା ପରିଶ୍ରାଗାରଟିକୁ( ଶୌଚାଳୟ) ତାଲା ପଡ଼ିବା ହେତୁ ବିଭାଗର ଅନେକ ପ୍ରାୟ ଦିନ ସମସ୍ୟା ଭୋଗୁଥିବା ବେଳେ ଅନେକ ବାଧ୍ୟ ହୋଇ ଚୋରା ଚାଲାଣ ବେଳେ ଧରା ପଡ଼ିଥିବା ଟ୍ରକ୍ ପାଖରେ କରନ୍ତି ପରିସ୍ରା ।ହେଲେ ଯେଉଁ ଦୁଇ ଦିନ ଧରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଆସନ୍ତି ଯୋଡ଼ା ବିଭାଗକୁ,ସେ କେଉଁ ସ୍ଥାନରେ ଯାଇ ପରିସ୍ରା କଲେ ? ଯାହା ଏକ ଗୁରୁତ୍ୱ ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛତା ବିଷୟକୁ ନେଇ। ତେବେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମିଶ୍ର ମଧ୍ୟ ସିଜ ଟ୍ରକ ନିକଟର ସାହାଯ୍ୟ ନେଲେ କି?କେବଳ ସେତିକିରେ ଚକ୍ରାନ୍ତ ସରିଲାନି ଯେ ଗତ ମାସରେ ଯୋଡ଼ା ବିଭାଗର ଶ୍ରୀ ଜଗନ୍ନାଥ ବରାଳଙ୍କ ପଦଉର୍ଣ୍ଣତି ହୋଇ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ହୋଇ ବଲାଙ୍ଗୀର ବିଭାଗକୁ ବଦଳି ହୋଇଥିଲେ ମଧ୍ୟ ଉକ୍ତ ବିଭାଗଟି ବର୍ଷ ବର୍ଷ ଧରି ଅଚଳ ରହିଥିବା ସତ୍ତ୍ବେ କିପରି ସେଠାକୁ ପଠାଯାଇ,ତୁରନ୍ତ ପୁଣି ଡେପୁଟେଶନ ଅପବ୍ୟବହାର କରି ଏକ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ କେନ୍ଦୁଝର ବିଭାଗକୁ ଅଣାଗଲା । ଏ କେଉଁ ପ୍ରକାରର ଖେଳ ଚାଲିଛି ବିଭାଗୀଙ୍କ ?ଯେତେବେଳେ ବଲାଙ୍ଗୀର ବିଭାଗ ଅଚଳ ରହିଛି ,ତେବେ ଅଧିକାରୀଙ୍କୁ କିପରି ଜଣା ପଡୁନି କି ଉକ୍ତ ବିଭାଗକୁ ଅଚଳ ଅବସ୍ଥାରେ ରହିବା ଶ୍ୱତ୍ୱେ ବଦଳି କେଉଁ ଆକାରରେ ହେଉଛି ?ଜନେ ହସୁଛନ୍ତି ଏବଂ ଆଜ୍ଞାଙ୍କୁ ସଭିଏ ବୁଝି ମଧ୍ୟ ପାରନ୍ତି ,ଆଉ କେତେ ଦିନ କ୍ଷମତାର ଅପବ୍ୟବହାର କରିବେ ଦାୟିତ୍ବବାନ ଅଧିକାରୀ ? ଏବେ ପୁଣି ହୁଏ କି କାଳେ ସବୁ ଫସର ଫାଟିଯିବା ଭୟରେ ତେଣୁ ବୋଧ ହୁଏ ସ୍ଥାନୀୟ ବିଭାଗର ଅଫିସରଗଣ ଦ୍ବନ୍ଦରେ ପଡିଛନ୍ତି ବିଭାଗକୁ କାହାକୁ ଛଡ଼ା ହେବ ପୁଣି କାହାକୁ ନୁହଁ? କିନ୍ତୁ ଖଣି ଲୋକ ସରକାରୀ କାମ କରିବା ଖବର ବ୍ୟାପକ ଯେପରି ଆଗକୁ ଲୋକଲୋଚନକୁ ଆସିବ ନାହିଁର ଆଉ ଏକ ଚକ୍ରାନ୍ତର ଗନ୍ଧ ବାରି ହୁଏ ବୋଲି ଚର୍ଚ୍ଚା ଜୋର ଧରିଛି ଅଞ୍ଚଳବାସୀଙ୍କ ମଧ୍ୟରେ।

Leave a Reply

Your email address will not be published. Required fields are marked *