ଖେଳ

ଭାରତୀୟ ମହିଳା ଦଳକୁ ଏସିଆ ରଗବୀ ଚମ୍ପିଅନସିପ୍ ରେ ରୌପ୍ୟ ପଦକ

ଭୁବନେଶ୍ୱର : ଚାଇନିଜ୍ ତାଇପେଇ ଠାରେ ୩୦ ସେପ୍ଟେମ୍ବର ଏବଂ ୧ ଅକ୍ଟୋବର, ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ ରଗବୀ ୧୮ ବର୍ଷରୁ କମ ଚମ୍ପିଅନସିପ୍ ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି | ଫାଇନାଲ ମ୍ୟାଚ୍ ଭାରତ ଏବଂ ଚାଇନିଜ୍ ତାଇପେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଭାରତୀୟ ଦଳ ଖୁବ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ୭/୧୦ ସ୍କୋରରେ ପରାଜୟ ବରଣ କରି ରୌପ୍ୟ ପଦକ ହାସଲ କରିଅଛି | ଭାରତୀୟ ଦଳ ତାର ଲିଗ୍ ପର୍ଯ୍ୟାୟରେ ପ୍ରଥମେ ୟୁଏଇ ଦଳକୁ ୧୦/୫ ପଏଣ୍ଟ ରେ ପରାସ୍ତ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍ ରେ ଚାଇନିଜ୍ ତାଇପେଇକୁ ୫୨/୫ ବିରାଟ ବ୍ୟବଧାନରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚ୍ ଥାଇଲାଣ୍ଡ କୁ ୨୨/୧୯ ପଏଣ୍ଟରେ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଥିଲା। ଏହି ଭାରତୀୟ ଦଳରେ କିସ୍ ର ଦୁଇ ଛାତ୍ରୀ ରିତୁ ମାଝୀ (+୨ ଦ୍ୱିତୀୟ ବର୍ଷ କଳା) ଓ ମାମାଲି ସିଂ (+୨ ପ୍ରଥମ ବର୍ଷ କଳା) ପ୍ରତିନିଧିତ୍ଵ କରିଥିଲେ।

ଏହି ଚମ୍ପିଅନସିପ୍ ରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଅଛି ଏବଂ ଭାରତୀୟ ଦଳରେ କିସ୍ ର ଦୁଇ ଜଣ ଛାତ୍ର ମଧ୍ୟ ପ୍ରତିନିଧିତ୍ଵ କରିଥିଲେ ସେମାନେ ହେଲେ ଧର୍ମାନନ୍ଦ ବିଶ୍ଵାଳ (+୨ ଦ୍ୱିତୀୟ ବର୍ଷ ବିଜ୍ଞାନ) ଓ ଚରଣ ହେମ୍ବ୍ରମ୍ (୧୦ମ) ।

ଏହି ବିଜୟରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଏବଂ ମାନ୍ୟବର କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ କିସ୍ ର ପିଲାମାନଙ୍କୁ ସିନିୟର୍ ଦଳରେ ପ୍ରତିନିଧତ୍ଵ କରିବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *