ଅପରାଧ

ଲକ୍ଷ୍ମୀ ନୃସିଂହ ମନ୍ଦିର ରୁ ଲୁଟ

ନିମାପଡା: ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ନୂଆପାଟଣା ଗ୍ରାମର ଲକ୍ଷ୍ମୀ ନୃସିଂହ ମନ୍ଦିର ର ଗ୍ରିଲ ଭାଙ୍ଗି ଦୁର୍ବୃତ୍ତ ମାନେ ମନ୍ଦିର ର ସମସ୍ତ ପିତଳ ବାସନ, ସୁନାଚେନ ,ଘଣ୍ଟ ,ଘଣ୍ଟି ,ମୁକୁଟ, ଇଲେକ୍ଟ୍ରି ପାଣିମଟର ସହ ଦାନ ବାକ୍ସରେ ଶ୍ରଦ୍ଧାଳୁମାନେ ପକାଇଥିବା ସମସ୍ତ ଟଙ୍କା, ଅଳଙ୍କାର ଲୁଟ କରି ନେଇଛନ୍ତି ବୋଲି ପୋଲିସ ରେ ଅଭିଯୋଗ ହୋଇଛି। ଲୁଟ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ମନ୍ଦିର ର ପୂଜକ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅଭିଯୋଗ ପାଇ ଚାରିଛକ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତ ମାନଙ୍କ ପତ୍ତା ମିଳିପାରିନାହିଁ ଅବା ଲୁଟ ସାମଗ୍ରୀ ଉଦ୍ଧାର ହୋଇ ପାରିନାହିଁ।

Leave a Reply

Your email address will not be published. Required fields are marked *