ରାଜ୍ୟ

ନିରାଶ୍ରୟ ସେବାଶ୍ରମ ପକ୍ଷରୁ ସଫେଇ ଓ ବୃକ୍ଷ ରୋପଣ


ନିମାପଡ଼ା: ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଅମରେଶ୍ୱର ମହାଦେବ ମନ୍ଦିର ପରିସରରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ନିରାଶ୍ରୟ ସେବାଶ୍ରମ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ଅମରେଶ୍ୱର ମନ୍ଦିର ର ବେଢା ପରିସର ସଫେଇ କରାଯିବା ସହିତ ବୃକ୍ଷରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ର ଫଳଗଛ ଯଥା ଅଁଳା, ବାହାଡା, ଓଉ, କଇଁଥ, ପେସ୍ତାବାଦାମ, ମହୁଲ, ଆଦି ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅରକ୍ଷିତ ଭୋଇ, ମନୋରଞ୍ଜନ ପାଣି, ଚକ୍ରଧର ପାଣି ଯୋଗଦେବା ସହିତ ନିରାଶ୍ରୟ ସେବାଶ୍ରମ ର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ସତ୍ୟଭୂଷଣ ନାୟକ, କବିନ୍ଦ୍ର ନାୟକ, ବୈରାଗୀ ସାହୁ, ପ୍ରମୋଦ କୁମାର ସାହୁ, ଲଷ୍ମୀଧର ବେହେରା, ଜୟକୃଷ୍ଣ ସାହୁ, ଶ୍ରୀଧର ମିଶ୍ର ଏବଂ ଅମରେଶ୍ୱର ମନ୍ଦିର ର ପରିଚାଳନା କମିଟି ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ନିରାଶ୍ରୟ ସେବାଶ୍ରମ ସ୍ବେଛାସେବୀ ସଂଗଠନ ର ମିଶନ ଗ୍ରୀନ ୧୦୦୦ କାର୍ଯ୍ୟକ୍ରମ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଦିନ ଆରମ୍ଭ ହୋଇ ଗାନ୍ଧୀ ଜୟନ୍ତୀ ଦିବସରେ ଶେଷ ହୋଇଛି।ଏଭଳି ମହତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ନିରାଶ୍ରୟ ସେବାଶ୍ରମ ସ୍ବେଛାସେବୀ ସଂଗଠନ କୁ ପ୍ରଶଂସା କରାଯାଇଅଛି।

Leave a Reply

Your email address will not be published. Required fields are marked *