ମନୋରଞ୍ଜନ

ଶ୍ରୀଦେବୀଙ୍କ ମୃତ୍ୟୁର ୫ବର୍ଷ ପରେ କାରଣ କହିଲେ ସ୍ବାମୀ ବୋନି

ମୁମ୍ବାଇ: ୨୦୧୮ରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାଥ୍‌ଟବ୍‌ରେ ବୁଡ଼ି ମୃତ୍ୟୁ ହେବା ଖବରକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା ପରେ ଅନେକ ଥର ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର ବିଭିନ୍ନ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ହତ୍ୟା ସନ୍ଦେହ କରାଯାଇ ତାଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ବୋନିଙ୍କ ବିରୋଧ‌ରେ କୌଣସି ପ୍ରମାଣ ମିଳିନଥିଲା। ହତ୍ୟା ଆରୋପ ଲାଗିବା ପରେ ବି ବୋନି କୌଣସି ପ୍ରତିକ୍ରିୟା ରଖିନଥିଲେ। ଏବେ ପତ୍ନୀଙ୍କ ମୃତ୍ୟୁର ୫ବର୍ଷ ପରେ ବୋନି ମୃତ୍ୟୁ ପଛର କାରଣ ଜଣାଇଛନ୍ତି।

ତାଙ୍କ କହିବା ମୁତାବକ, ଶ୍ରୀଦେବୀଙ୍କର ନିମ୍ନ ରକ୍ତଚାପ ଥିଲା। ସେଥିପାଇଁ ଡାକ୍ତର ତାଙ୍କୁ ଠିକ ଭାବରେ ଖାଦ୍ୟ ଖାଇବାକୁ କହିଥିଲେ। ହେଲେ ଫିଟ୍ ଦିଶିବା ପାଇଁ ଶ୍ରୀଦେବୀ ବହୁତ ସମୟ ‌ଭୋକିଲା ରହୁଥିଲେ। ଏଥିପାଇଁ ସେ ଅନେକ ଥର ଅଚେତ ମଧ୍ୟ ହୋଇଛନ୍ତି। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗିଯାଇଥିଲା। ଏସବୁ ଦେଖି ମୁଁ ତାଙ୍କୁ ତାଗିଦ୍ କରୁଥିଲି। ହେଲେ ସେ କାହା କଥା ଶୁଣୁନଥିଲେ ଏବଂ ଖାଦ୍ୟ ଠିକ ସମୟରେ ଖାଉନଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ହେଲା।

ଏହା ପୂର୍ବରୁ ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍‌’ ଶୀର୍ଷକ ପୁସ୍ତକ ଲେଖିଥିବା  ସତ୍ୟାର୍ଥ କହିଥିଲେ ଯେ, ମୁଁ ପଙ୍କଜ ପରାଶର (ଯିଏକି ସିନେମା ‘ଚାଲବାଜ’ରେ ଶ୍ରୀଦେବୀଙ୍କ ନିର୍ଦ୍ଦେଶକ ଥିଲେ) ଓ ଅଭିନେତା ନାଗାର୍ଜୁନ୍‌ଙ୍କୁ ଭେଟିଥିଲି। ଏ ଦୁହେଁ ମୋତେ କହିଥିଲେ କି ଶ୍ରୀଦେବୀଙ୍କର ନିମ୍ନ ରକ୍ତଚାପ ଥିଲା। ପଙ୍କଜ ପରାଶର ଓ ନାଗାର୍ଜୁନଙ୍କ ସହ କାମ କରୁଥିବା ବେଳେ ଅନେକ ଥର ଶ୍ରୀଦେବୀ ଗାଧୁଆଘରେ  ଅଚେତ ହୋଇ ପଡ଼ି ଯାଇଥିବା ଦୁହେଁ କହିଥିଲେ।

Leave a Reply

Your email address will not be published. Required fields are marked *