ରାଜ୍ୟ

ଓଏମସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ


ବାମେବାରୀ : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ଦବୁନା କ୍ୟାମ୍ପ ଠାରେ ଥିବା ଇନ୍ଦିରାସ୍ମୃତି ବିଦ୍ୟାପୀଠ ଏମ୍ ଇ ସ୍କୁଲ୍ ଓ ଦବୁନା କ୍ୟାମ୍ପ ର ପ୍ରାଥମିକ ବିଦ୍ୟାଳୟ ରେ ଓ ଏମ୍ ସି ଖଣି କମ୍ପାନୀ ର ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଓ ଏମ୍ ସି ର ଡି ଜି ଏମ୍ ଶ୍ରୀଯୁକ୍ତ ଜ୍ଞାନ ପ୍ରକାଶ ମହାପାତ୍ର ମୁଖ୍ୟ ଅତିଥି ଙ୍କ ସହିତ ଫାର୍ମାସିଷ୍ଟ ହାତିରାମ ମାହାଲି ଓ ଏମ୍ ସି ର ଅନ୍ୟ କର୍ମକର୍ତ୍ତା ବୃନ୍ଦ ସମୀର ରଞ୍ଜନ ବିଶ୍ବାଳ, ଅଶୋକ ପରିଡ଼ା ଓ ଓ ଏମ୍ ସି ସୁରକ୍ଷା କର୍ମୀ ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ନାରଣ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଅଭିଭାଷଣ ରଖିଥିଲେ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ନାୟକ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ସାହାୟା ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଉଗ୍ରସେନ ଆପଟ୍ଟ ଓ ସମ୍ପାଦକ ଶ୍ରୀକାନ୍ତ ବାରିକ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜିବ ରଞ୍ଜନ ବଳ ସ୍ବଚ୍ଛତା ହିଁ ସେବା ଉପରେ ଶପଥ ପାଠ କରାଇଥିଲେ,ଓ ଏମ୍ ସି ର ଏହିପରି ସୁନ୍ଦର ଆଞ୍ଚଳିକ ପ୍ରୟାସ କୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ ଓ ସର୍ବ ଶେଷ ରେ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ

Leave a Reply

Your email address will not be published. Required fields are marked *