ବାଣିଜ୍ୟ

ଓ.ଏମ.ସି ଖଣି କର୍ତ୍ତୃପକ୍ଷ କାହାର ବଳରେ ବଳବାନ? ମନମାନିରେ ଖଣି ବାସୀ ହନ୍ତସନ୍ତ

ବଡ଼ବିଲ : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜିବି ଖଣିବାସୀ ଅନେକ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳେ। ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣିକ୍ଷେତ୍ର ନିକଟରେ ଥିବା ବହୁ ଛୋଟ ବଡ ଗ୍ରାମ ଗୁଡିକରେ । ଅଞ୍ଚଳର କେତକ ଖଣି କମ୍ପାନୀର କର୍ତ୍ତୃପକ୍ଷ ମନମାନି ଦିନକୁ ଦିନ ବଢ଼ିବାରେ ଲାଗିଛି।ଯାହାର ସିଧସଳଖ ପ୍ରଭାବ ସମ୍ମୁଖୀନ ହୁଅନ୍ତି ଖଣି ନିକଟର ଗରିବ ଖଣି ବାସୀ। କେତକ କମ୍ପାନୀର ଅଧିକାରୀଙ୍କ ଲାଭଖୋର ମୋନବୃତି ଯୋଗୁ ଆଜିବି,ଅଞ୍ଚଳରେ ସ୍ଥାୟୀ ନିଯୁକ୍ତି ମିଳିବା ବିରଳ ପାଲଟିଛି,ସମସ୍ତ ସୁବିଧା ଥିବା ଏକ ଉର୍ଣତ ମେଡ଼ିକାଲ ଆଜିବି ପାଖରେ ପାଇବା ଦୁର୍ଲଭ ସାଜିଛି,ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହି ସାଧାରଣ ଲୋକେ ହନ୍ତସନ୍ତ ହେବା,କେଇଟା କମ୍ପାନୀକୁ ବାଦ ଦେଲେ ଅନ୍ୟମାନେ ପାନୀୟ ଜଳ ପରି ସୁବିଧା ଦେବାକୁ ମୁହଁ ବୁଲେଇ ବସନ୍ତି ଗରିବଙ୍କ ଠାରୁ,ଶିକ୍ଷା କଥା କହିବା ଠାରୁ ନକହିବା ବେସୀ ଭଲ ,ଏତେ ସବୁ ଦେଖି ଜାଣିବା ପରେ ମଧ୍ୟ ଖଣି କମ୍ପାନୀର କର୍ତ୍ତୃପକ୍ଷ ମନମାନି ଦିନକୁ ଦିନ ଜନ ଅସନ୍ତୋଷର କାରଣ ପାଲଟିଛି । ତେବେ ସୂଚନା ଯାହା ଆସେକି,ଯୋଡ଼ା ବ୍ଳକ ଅଧୀନରେ ଥିବା ପାଳସା ପଞ୍ଚାୟତ ଉଚ୍ଚବାଲି ଓ.ଏମ.ସି ଖଣିର କର୍ତ୍ତୃପକ୍ଷଙ୍କ ବେପର୍ଭା କାର୍ଯ୍ୟକଳାପ ଦିନକୁ ଦିନ ତୀବ୍ର ହେତୁ ନିକଟ ଅଞ୍ଚଳବାସୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗୁଥିବାର ଦେଖିବାକୁ ମିଳେ। ଓ.ଏମ.ସି କର୍ତ୍ତୃପକ୍ଷ ନିଜର ଖଣି କାର୍ଯ୍ୟ ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଅବହେଳା କରି,କୌଣସି ସୁବନ୍ଦବୋସ୍ତ ନକରିବା ହେତୁ ରାସ୍ତା କଡରେ ଖଣିଜ ପରିବହନରେ ନିୟୋଯିତ ଟ୍ରକ ଗୁଡିକର ଧୂଳି ଧୁଆଁ ବଢିବା ତଥା ରାସ୍ତା ଜାମ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ନିମନ୍ତେ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଜାଣିବାକୁ ମିଳେ। ଏପରିକି ପ୍ରଦୂଷିତର ପରିମାଣ ଏତେ ଅଧିକ ବଢିବାରେ ଲାଗିଛି ଯେ ସାଧାରଣ ଲୋକ ଅଣନିଃଶ୍ବାସୀ ହୋଇ ଚାଲିଥିବା ବେଳେ ନିକଟରେ ଥିବା ଗରିବଙ୍କ କୁଡିଆ ଅବସ୍ଥା ଧୂଳି ଧୁଆଁରେ ପରିପୂର୍ଣ ହୋଇଚାଲିଛି । ତଥାବି
ଏହାକୁ ଦେଖିବା ଶ୍ଵତ୍ୱେ ଓ.ଏମ.ସି ଖଣି କର୍ତ୍ତୃପକ୍ଷଙ୍କ ପ୍ରତି ଖଣି ବିଭାଗର ସେପରି କୌଣସି ଅଙ୍କୁଶ ଲାଗୁ ହୋଇଥିବାର ସୂଚନା ନାହିଁ। ଫଳରେ ନିକଟ ଅଞ୍ଚଳରେ ଏକ ଅସ୍ୱାସ୍ଥ୍ୟକରର ବାତାବରଣ ଦେଖାଦେଇଛି।ତେବେ ଦେଖିବାକୁ ଗଲେ ଘଣ୍ଟା ଘଣ୍ଟା ଖଣିଜ ଟ୍ରକ ଗୁଡିକ ରାସ୍ତା କଡ଼ରେ ଠିଆ ହେବା ଦ୍ବାରା ରାସ୍ତା ଜାମ ହେତୁ ସାଧାରଣ ଲୋକ, ମୋଟର ସାଇକେଲ ଆରୋହୀ, ଜିପ କାର,ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସମସ୍ୟାରେ ନାକେଦମ ହେବାରେ ଲାଗିଛନ୍ତି।ଏପରିକି ସାଧାରଣ ବଟୋଇଟିଏ ମଧ୍ୟ ଭୟ କରି ଉକ୍ତ ରାସ୍ତା ପଥରେ ଦେଖାଯିବା ବିରଳ ହୋଇଛନ୍ତି।ତଥାବି ଏହି ସମସ୍ୟା ଶ୍ଵତ୍ୱେ ଖଣି ବିଭାଗର ବିଭାଗୀୟ ଅଧିକାରୀଙ୍କ ଅଞ୍ଚଳବାସୀଙ୍କ ପ୍ରତି କେବେ ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଛି।

Leave a Reply

Your email address will not be published. Required fields are marked *