ରାଜନୀତି

କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ -ଘରେ ଘରେ ହାତ କାର୍ଯ୍ୟକ୍ରମ

ଜଗତସିଂହପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମ ପଞ୍ଚାୟତ ଠାରେ “ଘରେ ଘରେ କଂଗ୍ରେସ -ଘରେ ଘରେ ହାତ”କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ରୁ ଆରମ୍ଭ ହୋଇ ଖଇରଙ୍ଗ ଗ୍ରାମ ପଞ୍ଚାୟତରେ ଶେଷ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନେତୃମଣ୍ଡଳୀ ଘରକୁ କୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ ବିଜେଡି ଓ ବିଜେପି ଦଳର କୁଶାସନ ବିରୁଦ୍ଧରେ ପ୍ରଚାରପତ୍ର ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ।
ଏହି ପଦଯାତ୍ରାରେ ଜଗତସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳର କଂଗ୍ରେସ କର୍ମୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ସ୍ଥାନୀୟ ସରପଞ୍ଚ ତଥା ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନିଲ କୁମାର ମାଟିଆ, ଜିଲ୍ଲା ସେବାଦଳ ଅଧ୍ୟକ୍ଷ ଡାକ୍ତର ଜଗଦାନନ୍ଦ ବେହେରା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଜେନା,ଜିଲ୍ଲା କଂଗ୍ରେସ ଅନୁସୂଚୀତ ଜାତି ସଭାପତି ମାସନ ବେହେରା, ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ବରୂପ କାନୁନଗୋ,ମହିଳା କଂଗ୍ରେସ ନେତ୍ରୀ ପ୍ରେମଲତା ସାହୁ, କଂଗ୍ରେସ ନେତା ମାନସ ରଥ,ଅଞ୍ଜନ ସାମଲ,ଭଗତ ତାରେଣିଆ, ଅଶୋକ ଭୋଇ, ବାରମ୍ବର ବେହେରା,ବିଜୟ ବିଶ୍ଵାଳ,ସୁଦର୍ଶନ ବେହେରା, ନିରଞ୍ଜନ ସେନ, ନାରାୟଣ କାନୁନଗୋ, ସଂଜିବ ମିଶ୍ର, ବାବାଜୀ ଜେନା,ସିଵ ପ୍ରସାଦ ମଲ୍ଲିକ,ଆର୍ତବନ୍ଧୁ ମଲ୍ଲିକ, ରଞ୍ଜନ ଖଣ୍ଡାୟତ ରାୟ,ଲିବୁନା କାଣ୍ତି, ଉପେନ୍ଦ୍ର ଦାସ,ବିମଳ ପାଳ,ରବି ମିଶ୍ର, ସୁଧାଂଶୁ ଭୋଇ,ମୁରଲୀଧର ଭୋଇ, ଚିତ୍ତରଞ୍ଜନ ସେଠୀ, ଅଶୋକ ପ୍ରଧାନ,ଅଲେଖ ଭୋଇ,ଶଙ୍କରେଶ୍ବର ଦାସ, ପବିତ୍ର ପରିଡ଼ା, ମିହିର ବାରିକ, ସୁକାନ୍ତ ବେହୁରା, ରବିନ୍ଦ୍ର ଆଚାର୍ଯ୍ୟ, ବିଭୁତି ଭୁଷଣ ଲେଙ୍କା,ପ୍ରଶାନ୍ତ ନାଥ,ସୁନିଲ ଦାସ, ଉମେଶ ସ୍ବାଇଁ, ଅବନୀକାନ୍ତ ମହାରଣା, କୈଳାସ ଦାସ,ଆଶିଷ କୁମାର ମହାପାତ୍ର, କଲ୍ୟାଣ ପଟ୍ଟନାୟକ,ପ୍ରଶାନ୍ତ ମୁଦୁଲି,ସେଖ ହେଦାୟତ ଅଲ୍ଲୀ, ଇମତାଜ ଖାଁ, ରବିନାରାୟଣ ଦାସ, ମନୋରଞ୍ଜନ ପାଳ, ଅବଦୁଲ ନସିମ ଖାଁ,ଶରତ ଦାଶ, ହିମାଂଶୁ ପରିଡ଼ା,ଲିପୁ ମହାନ୍ତି, ଧର୍ମାନନ୍ଦ ବିଶ୍ବାଳ,ବାପୁ ରାୟ, ଧନେଶ୍ଵର ନାଥ, ପ୍ରଶାନ୍ତ ନାଥ, ଜ୍ଞାନ ରଞ୍ଜନ ପଣ୍ଡା,ରାଜା ସ୍ବାଇଁ, ଆଲୋକ ଦାସ,କାର୍ତ୍ତିକ ମଲ୍ଲିକ, କାହ୍ନୁ ମାଟିଆ,ଅଜୟ ମହାପାତ୍ର, ଧନେଶ୍ଵର ନାଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *