ରାଜ୍ୟ

ରକ୍ତବୀର ସମ୍ମାନରେ ସମ୍ମାନିତ ହେଲେ ଆଦିତ୍ୟ

ନିମାପଡ଼ା : ଦାନ ଉତ୍ସବ ସପ୍ତାହ ପାଳନ ଅବସରରେ ମିଶନ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପୁରୀ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଉଦଘାଟନ କରିଥିଲେ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ବ୍ଲଡ଼ ବ୍ୟାଙ୍କ ଅଫିସର ଦୀପକ କୁମାର ସାହୁ, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସମର୍ପଣ ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ, ସମାଜସେବୀ ମନୋଜ ରଥ,, ଅଧ୍ୟାପକ ବିଶ୍ଵନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାନ ର ଆବଶ୍ୟକତା ସଂପର୍କ ରେ ବକ୍ତବ୍ୟ ରଖିବା ସହ ଯୁବଗୋଷ୍ଠୀଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସର ରେ ରକ୍ତଦାନ କ୍ଷେତ୍ରରେ ଲାଇଭ ଟାଇମ ଆଚିଭିମେଣ୍ଟ ୧୧୧ତମ ରକ୍ତଦାନ ପାଇଁ ବଦ୍ରି ମିଶ୍ର ଓ ରକ୍ତଦାନ ରେ ଉଲ୍ଲେଖନୀୟ ସେବା ପାଇଁ କାକଟପୁର ର ଯୁବ ସାମ୍ୱାଦିକ ଆଦିତ୍ୟ କୁମାର ରାଉତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯାଇଥିଲା। କାକଟପୁର ପ୍ରେସ କ୍ଲୁବ ର ବରିଷ୍ଠ ସଦସ୍ୟ ଆଦିତ୍ୟ ଗତ ୨୦ ବର୍ଷରେ ୫୦ ଥର ରକ୍ତଦାନ କରି ଅନେକ ଜୀବନ ବଞ୍ଚେଇଥିବାବେଳେ ରକ୍ତ ଦାନ କୁ ଏକ ନିଶା ଭାବେ ବାଛି ନେଇଛନ୍ତି। ରକ୍ତଦାନ ପରି ମହତଦାନ କୁ ପାଥେୟ କରି ସେ ଆଗକୁ ବଢିବାକୁ ପ୍ରୟାସ ମଧ୍ୟ ରଖିଛନ୍ତି।ଏହି ଅବସରରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ବିଦ୍ୟାଳୟ ରେ ତାଙ୍କୁ ରକ୍ତବୀର ଉପାଧିରେ ବିବେଚିତ କରାଯାଇ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଦିତ୍ୟ ଙ୍କୁ କାକଟପୁର ପ୍ରେସ କ୍ଲବ ପକ୍ଷରୁ ଶୁଭେଶ୍ଚା ଜଣାଇଦିଆଯାଇଛି।

Leave a Reply

Your email address will not be published. Required fields are marked *