ରାଜ୍ୟ

ଓଡିଶା ନିଶା ମୁକ୍ତ ଅଭିଯାନ ରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜଗତସିଂହପୁର :- ଜଗତସିଂହପୁର ଜିଲ୍ଲା ଙ୍କ ଜରିଆରେ ନିଶା ମୁକ୍ତ ଓଡିଶା ଗଠନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରୀ ଜଗନ୍ନାଥ ଭାଗବତ ଚେତନା ମଞ୍ଚ ପକ୍ଷରୁ ଦାବିପତ୍ର ଦିଆ ଯାଇଛି l
ମଞ୍ଚ ର ସଭାପତି ଶିବପ୍ରସାଦ ପରିଡା ଙ୍କ ନେତୃତ୍ୱ ସ୍ଥାନୀୟ ପୋଷ୍ଟାଲ ଛକ ନିକଟରୁ ଏକ ରାଲି ବାହାରି ଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ପହଂଚି ଦାବି ପତ୍ର ପ୍ରଦାନ କରିଛନ୍ତି l ବିଶେଷ କରି ଆମ ଓଡିଶା ର ଲୋକ ମାନେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ଆଧାରକରି ଜୀବନ ବିତାଇ ଥାନ୍ତି l କିନ୍ତୁ ବର୍ତ୍ତମାନ ଓଡିଶା ରେ ନିଶା ଦ୍ରବ୍ୟର ବ୍ୟବହାର ବହୁମାତ୍ରା ରେ ବଢିଚାଲିଛି ଯେ ଲୋକମାନଙ୍କର ଧାର୍ମିକ ଚିନ୍ତାଧାରା ଓ ଧର୍ମ ଭାବନା ହ୍ରାସ ପାଇବକୁ ଲାଗିଛି l ତା ସହିତ ରାଜ୍ୟରେ ବିଭିନ୍ନ ପ୍ରକାର ଚୋରି, ଡକାୟତି ଭ୍ରଷ୍ଟାଚାର, ନାରୀ ନିର୍ଯାତନା ସଡ଼କ ଦୁର୍ଘଟଣା ପରି ଅନେକ ଆସାମଜିକ କାର୍ଯ୍ୟ ଦିନକୁ ଦିନ ପାଇବାରେ ଲାଗିଛି l ସୂଚନା ଥାଉକି ମଦ ଦୋକାନ ରେ ଏବଂ ମଦ ବୋତଲ ରେ ଲେଖା ଯାଉଛି କି ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ l ସେହି ପରି ବିଭିନ୍ନ ଗୁଟଖା ଓ ସିଗାରେଟ ଲେଖା ଯାଉଛି ମଧ୍ୟ ଧୁମପାନ ସ୍ୱାସ୍ଥ୍ୟ ପ୍ରତିକ୍ଷତିକାରକ l ତେଣୁ ଯେଉଁ ଜିନିଷ କୁ ଲୋକ ମାନେ ଖାଇବା ଦ୍ଵାରା ଲୋକ ମାନଙ୍କର କ୍ଷତି ହେଉଛି l ସେହି ଜିନିଷ କୁ ତଥା ମଦ, ଗଞ୍ଜେଇ, ଗୁତୁଖା, ଇତ୍ୟାଦି ଜୀବନ ନାଶକ ନିଶା ଦ୍ରବ୍ୟ କୁ ଓଡିଶା ସରକାର କିଭଳି ଭାବରେ ତିଆରି କରିବା ଏବଂ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ ଦେଉଛନ୍ତି l ଏହାହଁ ଓଡିଶା ପ୍ରତ୍ୟକ ନାରୀ, ଯୁବଗୋଷ୍ଟି ଜ୍ଞାନୀ, ଗୁଣି, ଓ ବୁଦ୍ଧିଜୀବୀ ମାନଙ୍କର ଓଡିଶା ସରକାର ଙ୍କୁ ପ୍ରଶ୍ନ -ଓଡିଶା ର ଲୋକ ମାନେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଯଥା, ମଦ, ଗଞ୍ଜେଇ ଗୁଟୁଖା l ଇତ୍ୟାଦି ସେବନ କରିବା ଦ୍ଵାରା ପରୋକ୍ଷ ଭାବରେ ଓଡିଶା ର ଅନେକ କ୍ଷତି ହୋଇଛି l ଏପରି କି ମଦ୍ୟପାନ କରୁଥିବା ଲୋକ ମାନେ କୁହନ୍ତି ଆମେ ଓଡିଶା ସରକାର ଙ୍କୁ ଚଳଉଛୁ l ଯଦି ଆଗାମୀ ଦିନରେ ଓଡିଶା ରେ ନିଶା ମୁକ୍ତି ନ ହୁଏ ମନ୍ଦିର, ମହଜିତ, ଅନେକ ଧାର୍ମିକ ଅନୁଷ୍ଠାନ କୁ ଲୋକେଯିବାକୁ ଭୟ କରିବେ, ଯଦି ଓଡିଶା ସରକାର ନିଶା ମୁକ୍ତି ଓଡିଶା ଗଠନ ନ କରିପାରନ୍ତି ଆଗାମୀ ଦିନରେ ଶ୍ରୀ ଜଗନ୍ନାଥ ଭାଗବତ ଚେତନା ମଞ୍ଚ ରାଜରାସ୍ତା କୁ ଓଲ୍ଲାଇବ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *