ରାଜ୍ୟ

ପୁଳା ପୁଳା କଳା ପୋଲୋଥିନ ବ୍ୟବହାରରେ ଯୋଡ଼ା ପୌରାଞ୍ଚଳ ବ୍ୟବସାୟୀ ୧ ନମ୍ବର

ଯୋଡ଼ା : ଯୋଡ଼ା ପୌରାଞ୍ଚଳରେ ଗତ କିଛି ମାସ ଧରି ହେବ, ଛୋଟରୁ ବଡ ପ୍ରାୟ ସମସ୍ତ ବ୍ୟବସାୟ କ୍ଷେତ୍ରରେ ସଭିଏ ଏକ ପ୍ରକାର କଳା ପୋଲୋଥିନ ବ୍ୟବହାର କରୁଥିବାର ଦେଖିବାକୁ ମିଳେ। ହେଲେ ଉକ୍ତ କଳା ପୋଲୋଥିନରେ କେତେ ବିଷାକ୍ତ ପରିମାଣ ତାହା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ରହିଥିବା ବେଳେ ଗତ କିଛି ବର୍ଷ ପୂର୍ବରୁ କିନ୍ତୁ ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ବିଷାକ୍ତ ପୋଲୋଥିନ ପ୍ରତି ବହୁ ଗୁରୁତ୍ଵ ଦେଇ ସହରର ସମସ୍ତ ଜଳଖିଆ ଦୋକାନ,ପରିବା ହାଟ,ତେଜରାତି ବ୍ୟବସାୟ,ମାଛ ଓ ମାଂସ ଦୋକାନ ତଥା ଅନ୍ୟ ସମସ୍ତ ବ୍ୟବସାୟ ଅନୁଷ୍ଠାନ ପ୍ରତି କଡା ନଜର ରଖିବା ସହ ଯଦି କେହି ବିଷାକ୍ତ ପୋଲୋଥିନ ବ୍ୟବହାର କରିବା ଉପରେ ଅଧିକାରୀ ଛାପା କରି ଜରିମାନା ଆଦାୟ ହୋଇ,ବିଷାକ୍ତ ପୋଲୋଥିନକୁ ଏକ ପ୍ରକାର ସହରରେ ଲୋପ କରିବାରେ ସଫଳ ହୋଇଥିଲା । କିନ୍ତୁ ଦୀର୍ଘ ଦିନ ଧରି ହେବ ଆଉ ବିଭାଗୀୟଙ୍କ ସ୍ଥାଣୁପଣ ଏବଂ ଯୋଡ଼ା ପୌରକାର୍ଯ୍ୟଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନଥିବାରୁ କେତକ ବ୍ୟବସାୟୀ କମ ମୂଲ୍ୟରେ ଉକ୍ତ କଳା ରଙ୍ଗର ପୋଲୋଥିନକୁ ବ୍ୟବହାର କରି, ଏକ ନମ୍ବରରେ କରିବାରେ ଲାଗିଛନ୍ତି ବୋଲି ସହରସାରା ଆଲୋଚନା ଶୁଣିବାକୁ ମିଳେ।ତେବେ ସ୍ୱଚ୍ଛତା ଏବଂ ସହବାସୀଙ୍କ ହିତକୁ ସର୍ବଦା ଦୃଷ୍ଟି ଦେଇ, କର୍ଯ୍ୟକରୁଥିବା ଯୋଡ଼ା ପୌରପାଳିକା ପୁଣି ନିଶ୍ଚୟ ଉକ୍ତ ପୋଲୋଥିନ ପ୍ରତି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବ ବୋଲି ସାଧାରଣରେ ବିଶ୍ବାସ ରହିଛି ।

Leave a Reply

Your email address will not be published. Required fields are marked *