ବାଣିଜ୍ୟ

କାହାର କଥାରେ ଚାଲିବ ଉପନିର୍ଦ୍ଦେଶକ ରସାୟନିକ ବିସ୍ଲେଶଣ ଅଫିସ ଡିଡିଏମ “ନା” ଡିଡିସିଏ ?

ଯୋଡ଼ା : ଜିଲ୍ଲାର ପ୍ରମୁଖ ଖଣି କାର୍ଯ୍ୟାଳୟ ଏବେ ଭାରି ଦ୍ଵନ୍ଦରେ ପଡ଼ିଛି ଯେ, କାହାର ନିର୍ଦ୍ଦେଶ ପାଳନ ହୋଇ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଯୋଡ଼ା ସ୍ଥିତ ଅଫିସ ସୁରୁଖୁରୁରେ ଚାଲିବ ଜଣା ପଡୁନି ? ଉପର ମହଲାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପାଳନ ହେବ ? ନା ଖୋଦ ଯାହାର କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଡି.ଡି.ସି.ଏ ଯୋଡ଼ାଙ୍କ ନିର୍ଦ୍ଦେଶରେ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଅଫିସ ଚାଲିବ ବୋଲି ଗତ କିଛି ଦିନ ହେବ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରି ଚାଲିଛି । ତେବେ ଘଟଣା କିଛି ଭିନ୍ନ ଥିବା ବେଳେ,ଗତ କିଛି ଦିନ ତଳେ ରାଜ୍ୟର କେତକ ପ୍ରମୁଖ ଖବର କାଗଜରେ ଡି.ଡି.ସି.ଏ କାର୍ଯ୍ୟାଳୟର କେତକ ଅସଲ ମୁଖା ଖୋଲି ଥିବାରୁ,ସବୁ ଘଟଣାର ଫସର ଫାଟି ଯିବାରୁ, କାର୍ଯ୍ୟାଳୟରେ ନାନାଦି ନିୟମ / କାନୁନ ନୀତି ଦିନ ପ୍ରଣୟୋନ ହେଉଥିବାର ଶୁଣିବାକୁ ମିଳେ । ଯାହାର ସମ୍ମୁଖୀନରେ ହଇରାଣ ହରକତ ହେବାକୁ ପଡେ ସ୍ଥାନୀୟଙ୍କୁ।ତେବେ ଗତ କିଛି ଦିନ ହେବ,ବିଭାଗକୁ କାହାକୁ ଛଡ଼ା ହେବ ପୁଣି କାହାକୁ ନୁହଁ,ଏହା ଏକ ବଡ଼ ସମସ୍ୟା ଠିଆ ହୋଇଛି ଉକ୍ତ ବିଭାଗ ଆଗରେ?ତେବେ ଗତ ଶନିବାର ୨୧.୦୯.୨୩ ଦିନ ପ୍ରମୁଖ ସାମ୍ବାଦିକଙ୍କୁ ଅଫିସ ବାରଣ୍ଡା ଭିତରକୁ ପ୍ରବେଶ ଦିଆ ଯାଇନଥିବା ବେଳେ ଗତ ଶୁକ୍ରବାର ମଧ୍ୟାହ୍ନ ୧.୨୦ ସମୟରେ ଖୋଦ ଶ୍ରୀ ଦାସମାତ ସୋରେନ(ଡି.ଡି.ସି.ଏ) ଏକାଧିକଙ୍କୁ କିପରି ବିଭାଗ ମଧ୍ୟକୁ ପ୍ରବେଶ କରାଇ କାର୍ଯ୍ୟାଳୟର ବିଭିନ୍ନ ଗୁରୁତ୍ବପୁର୍ଣ ସ୍ଥାନ ଦେଖାଇ ବୁଲେଇଥିବାର ଜାଣିବାକୁ ମିଳେ?କିନ୍ତୁ ଗତ ଶନିବାର ନଛାଡିବା କଥା ଯେତେବେଳ ଉପସ୍ଥିତ ସୁରକ୍ଷାକର୍ମୀକୁ ପଚାରିଯିବାରୁ ସୁରକ୍ଷା କର୍ମୀଙ୍କ କହିବା କଥା ଯେ ମୋତେ ଖଣି ଉପନିର୍ଦ୍ଦେଶକ ଛାଡିବାକୁ ମୋନା କରିଥିବାରୁ,ମୁଁ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ।ତେବେ ସୁରକ୍ଷା କର୍ମୀ ଜିତୁ କରର କାର୍ଯ୍ୟନିଷ୍ଠା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ଥିବା ବେଳେ ସେହି ଶୁକ୍ରବାର ୨୭.୦୯.୨୩ ରିଖ ଦିନର ଘଟଣା ସଂଧ୍ୟା ବେଳେ ଯେବେ ଅଫିସକୁ ଯାଇ ଶ୍ରୀଦାସମାତ ସୋରେନଙ୍କୁ (ଡି.ଡି.ସି.ଏ)ସମସ୍ତ ବିଷୟ ପଚାରି ବୁଝିବାରୁ ,ଡି.ଡି.ସି.ଏଙ୍କ କହିବା କଥା ଏହା ସାଧାରଣ ଲୋକଙ୍କର ଅଫିସ, ତେଣୁ ଏଠାକୁ ଆସିବାରେ ସେପରି କୌଣସି ସମସ୍ୟା ନାହିଁ ବୋଲି ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ଦିଅନ୍ତି ଶ୍ରୀ ସୋରେନ । ତେବେ ସେପରିପକ୍ଷରେ ପୂର୍ବଦିନ ଶନିବାର ମଧ୍ୟାହ୍ନ୧.୨୦ ପରେ ପରେ ୨୮.୦୯.୨୨ରିଖ ଦିନ ଉପର ମହଲାରେ ଥିବା ଖଣି ଉପନିର୍ଦ୍ଦେଶକ ଶ୍ରୀ ଦିନେଶ ଅଗ୍ରୱାଲାଙ୍କ(ଡି.ଡି.ଏମ )କହିବା କଥା ତଳେ ଥିବା ଡି.ଡି.ସି.ଏଙ୍କ କାର୍ଯ୍ୟାଳୟରେ ବାହାର ଲୋକଙ୍କ ସେପରି କିଛି କାର୍ଯ୍ୟ ନାହିଁ ତେଣୁ ତଳକୁ ଛଡା ଯିବାକୁ ମନା କରିଛି ଏବଂ ଯଦି ଆବଶ୍ୟକ ପଡିଲେ, ଉପର ମହଲାରେ ଥିବା ଖଣି ଉପନିର୍ଦ୍ଦେଶକ ଅଫିସକୁ ଆସି ବୁଝିବାକୁ କୁହନ୍ତି ଶ୍ରୀ ଅଗ୍ରୱାଲା। ହେଲେ ବଡ଼ ଅଜବ କଥା ପୁଣି ଘଟିଲା ଯେ ବିଭାଗରେ ପୁଣି ଭୁବନେଶ୍ୱରରୁ ଏକ ଖବର କାଗଜ ଅନୁଷ୍ଠାନରୁ ଛୁଟି ଦିନ ସରୁ ସରୁ ମାତ୍ରେ ମଙ୍ଗଳବାର ୦୩.୧୦.୨୩ ରିଖ ଦିନ ଅଫିସ ପ୍ରଥମ ପ୍ରହର ସମୟର ଆସି ପୁଣି କିପରି ବିଭାଗର ଅନ୍ୟ କାର୍ଯ୍ୟାଳୟ ବଖରାକୁ ଯାଇ ସଭିଙ୍କୁ ଭେଟିବା ପୁଣି ସମ୍ଭବ ହୋଇଛି? ଏପରିକି ଗତ ପନ୍ଦର ଦିନ ପୂର୍ବେ ରାଜଧାନୀର ଉକ୍ତ ଖବର କାଗଜ ଅନୁଷ୍ଠାନର କେଇ ଜଣ ଆସି ବିଭାଗରୁ ଯାଇଥିବା ଘଟଣା କାହାକୁ ଅଛପା ହୋଇ ନାହିଁ ।ତେବେ ଉକ୍ତ ବିଭାଗରେ କିଏ କଣ କହୁଛି ଏବଂ କାହାର ନିର୍ଦ୍ଦେଶ ପାଳନ ହୋଇବ,ତାହା ସମୟ ସାପକ୍ଷ । ତେବେ ସଭିଏ ଭଲ ରକମରେ ଯାଣି ରଖିବାର ଆବଶ୍ୟକ ରହିଛି ଯେ,ଉକ୍ତ ବିଭାଗ କେବଳ ନୁହଁ, ସହରରେ ଥିବା ସମସ୍ତ ବିଭାଗ ଗୁଡିକ ସାଧାରଣ ଲୋକଙ୍କ ତଥା ମୁଖ୍ୟତଃ ଖଣି ବାସୀଙ୍କର ମୂଳ ଅଧିକାର ରହିଛି । ବହୁ ଅଧିକାରୀ ଆସି ବିଭାଗ ଏବଂ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି କରି ଯିବା ଥୟ ।

Leave a Reply

Your email address will not be published. Required fields are marked *