ବାଣିଜ୍ୟ

ଟାଟା ଷ୍ଟିଲରେ ବିଏସ ମାଇନିଙ୍ଗକୁ ବାଦ ଦେଲେ,ଅନ୍ୟ ସ୍ଥାନୀୟ ଠିକା ସଂସ୍ଥା “ସିଂ” ସବୁ ଦେବାଳିଆ

ଯୋଡ଼ା : ଟାଟା ଷ୍ଟିଲ ଏବଂ ଠିକା ସଂସ୍ଥା ବି.ଏସ ମାଇନିଙ୍ଗ ସହରର ଏକ ମାତ୍ର ଠିକା ସଂସ୍ଥା,ଯାହା ଉଭୟଙ୍କ ମଧ୍ୟରେ ସେପରି କୌଣସି ସାମଜଂଶ୍ୟ ନାହିଁ । ତେବେ ଟାଟା ଷ୍ଟିଲ ଭଳି କମ୍ପାନୀ ନିକଟରେ ବି.ଏସ ମାଇନିଙ୍ଗ ଭଳି ଏକ ସାଧାରଣ ଠିକା ସଂସ୍ଥା ଭାବରେ ଅନ୍ୟ ସିଂ ସଂସ୍ଥା ମାନଙ୍କ ଠାରୁ ପଛରେ ଆସି ମଧ୍ୟ ଉର୍ଣ୍ଣତି କରିବା ସହ ତିଷ୍ଠି ରହିଛି ଏଯାଏ ସହରରେ ଏକ ମାତ୍ର ଜଣାଶୁଣା ଠିକା ସଂସ୍ଥା । ତେବେ ଅଳ୍ପ ଦିନ ହୋଇଥିଲେ ମଧ୍ୟ ବର୍ଷ କେଇଟାରେ ଟାଟା ଷ୍ଟିଲ ଭଳି କମ୍ପାନୀର ବହୁ କାର୍ଯ୍ୟାଦେଶ ପାଇ ଉକ୍ତ ଠିକା ସଂସ୍ଥା
କାର୍ଯ୍ୟ କରି ବେସ ସଫଳତା ହାସଲ କରିଥିବାର ଦେଖିବାକୁ ମିଳେ। ସହରରେ ସୁନ୍ଦର ରୂପେ ଝଲସୁଥିବା ଅଟ୍ଟାଳିକ କୋଠା,ନିଜସ୍ଵ କାର୍ଯ୍ୟାଳୟ,ଏକାଧିକ ପ୍ରକାରର ଗାଡ଼ି,ମୂଲ୍ୟବାନ ମେସିନ ରହିଥିବା ସହ ସମସ୍ତ ଯାନବାହନ ରଖିବା ନିମନ୍ତେ ଦରୱାନ ନିଯୋଗ କରି ଗ୍ୟାରେଜ ପରିସର ମଧ୍ୟରେ ସମସ୍ତ ରୁହେ। ତେବେ ଏହି ବି.ଏସ ମାଇନିଙ୍ଗ ଭଳି ସଂସ୍ଥା ଠାରୁ ଅଞ୍ଚଳର ପୂର୍ବ ତିନି “ସିଂ” ନାମକ ଠିକା ସଂସ୍ଥା କିଛି ଶିଖିବାର ଥିଲା,ନଚେତ ଆଜି ଯେଉଁ କାରଣରୁ ହେଉନା କାହିଁକି ଡି.ବି ସିଂ, ଏନ.ଏନ ସିଂ,ଏସ.ଏନ ସିଂ ଭଳି ଠିକା ସଂସ୍ଥା ଅଞ୍ଚଳର ବହୁ ପୁରାତନ ସ୍ଥାନୀୟ ଠିକା ସଂସ୍ଥା ଯାହା ଟାଟା ଷ୍ଟିଲ କମ୍ପାନୀ ନିକଟରେ ୪୦ ବର୍ଷରୁ ଉର୍ଦ୍ଧ ବର୍ଷ ଧରି କାର୍ଯ୍ୟ କରି କମ୍ପାନୀର ବହୁ କାର୍ଯ୍ୟାଦେଶ ସଫଳତାର ସହ କରି ଆସିଥିବାର ନଜିର ରହିଥିଲେ ମଧ୍ୟ ଟାଟା ଷ୍ଟିଲ କମ୍ପାନୀ ନିକଟରୁ ତଥା ଅଞ୍ଚଳରୁ ଉଭାନ ହେବାରେ ଲଗିଛନ୍ତି ସିଂ ନାମକ ଠିକା ସଂସ୍ଥା କିନ୍ତୁ ରହିଯାଏ ଜଣାଶୁଣା ଏକ ମାତ୍ର ବି.ଏସ ମାଇନିଙ୍ଗ ଠିକା ସଂସ୍ଥାଟି। କିନ୍ତୁ ସଭିଙ୍କୁ ଚିନ୍ତା କରିବାର ସମୟ ଆସିଯାଇଛି ଯେ ଉକ୍ତ ତିନି ସିଂ ନାମକ ଭଳି ବହୁ ପୁରାତନ ସ୍ଥାନୀୟ ଅଞ୍ଚଚଳର ଠିକା ସଂସ୍ଥା ଏହିପରି ଭାବରେ ଯଦି ଗୋଟିଏ ପରେ ଗୋଟିଏ ଦେବାଳିଆ ହୋଇଗଲେ ,ତେବେ ସ୍ଥାନୀୟ ଗରିବ, ଶ୍ରମିକ ଲୋକ ସବୁ ଯିବେ କୁଆଡେ? ତେବେ କମ୍ପାନୀ ନିକଟରେ ସ୍ଥାୟୀ ନିଯୁକ୍ତି ହାର ସର୍ବାଧିକ ଖୁବ କମ ଥିବା ବେଳେ ଠିକା ମାଧ୍ୟମରେ ଅତ୍ୟଧିକ ରହିଛି ନିଯୁକ୍ତିର ହାର । ତେବେ କମ୍ପାନୀ କେବେ ତର୍ଜମା କରିଛି କି ପୂର୍ବର ବହୁ ପୁରାତନ ଠିକା ଅନୁଷ୍ଠାନ ଗୁଡ଼ିକ, ଯେ କି କମ୍ପାନୀ ସହ ସବୁ ସମୟରେ ଠିଆ ହୋଇ ବିଭିନ୍ନ କାର୍ଯ୍ୟରେ ଭାଗିଦାରୀ ରହିଥିବା ସତ୍ତ୍ବେ କେଉଁ ଠାରେ ରହିଲା ଭୁଲ ଯେ,ସେହି ଠିକା ସଂସ୍ଥା ଗୁଡ଼ିକ ଆଜି ଆଉ ଦେଖାଯିବା ଏକ ପ୍ରକାର ଦୁର୍ଲଭ ପାଲଟିଲେଣି।ଅନ୍ୟ ପକ୍ଷରେ ଦେଖା ଯାଏ ସ୍ଥାନୀୟ ଠିକା ଅନୁଷ୍ଠାନ ଯଦି ହ୍ରାସ ହେବା ସହ ଜିଲ୍ଲା ବାହାର ତଥା ରାଜ୍ୟ ବାହାରୁ ଯଦି ଟାଟା ଷ୍ଟିଲ ଭଳି କମ୍ପାନୀ ଠିକା ଅନୁଷ୍ଠାନ ଗୁଡ଼ିକୁ ପ୍ରଶ୍ରେୟ ଦେଇ ଯଦି ବହୁ ମାତ୍ରାରେ କାର୍ଯ୍ୟାଦେଶ ଦେଇ ଚାଲେ,ତେବେ ସ୍ଥାନୀୟ ଗରିବ,ଶ୍ରମିକ ଶ୍ରେଣୀ ଲୋକଙ୍କୁ କମ୍ପାନୀର ଶକ୍ତ ଧକ୍କା ସିଧା ସଳଖ ଭାତ ହାଣ୍ଡିରେ ପଡ଼ିବା ଥୟ।ତେଣୁକରି ସାଧାରଣ ବର୍ଗଙ୍କ ହିତରେ ଥିବା ଟାଟା କମ୍ପାନୀ ବାହାର ଠିକାଙ୍କୁ ପ୍ରାଧାନ୍ୟ ନଦେଇ ସ୍ଥାନୀୟ ଠିକା ଗୁଡ଼ିକୁ ସର୍ବାଧିକ କାର୍ଯ୍ୟାଦେଶ ମିଲିପରିଲେ,ସ୍ଥାନୀୟ ଅଞ୍ଚଳର ବହୁ ଗରିବ ତଥା ଶ୍ରମିକଙ୍କର ମଙ୍ଗଳ ହୋଇବ ବୋଲି ବୁଦ୍ଧିଯିବି ସକାଳନ କରନ୍ତି।

Leave a Reply

Your email address will not be published. Required fields are marked *