ବାଣିଜ୍ୟ

ଜିନ୍ଦଲରେ ଦେବ ଭୂମି ପୂଜନ କାର୍ଯ୍ୟକ୍ରମ

ଯୋଡ଼ା : ଯୋଡ଼ା ବ୍ଳକ ଅଧୀନରେ ଥିବା ଦେଓଝର ପଞ୍ଚାୟତରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଠାରେ ଦେବଭୁମୀ ନାମରେ ଜିନ୍ଦଲ କଲୋନୀ ପରିସରରେ ଦେବ ଦେବ ମହାଦେବଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମୀ ପୂଜନ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବାର ଜାଣିବାକୁ ମିଳେ । ମନ୍ଦିର ନିର୍ମାଣ କାର୍ଯ୍ୟ ଜିନ୍ଦଲ କଲୋନୀରେ ସ୍ଥାନ ନିରୂପଣ ରହିଥିବା ବେଳେ ଉକ୍ତ ସ୍ଥାନରେ ଏକ ଭକ୍ତିମୟ ଭାବନାର ଜାଗରଣ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଥିବାର ଜାଣିବାକୁ ମିଳେ ।ଏହି ମହତ ଦେବ ଭୂମୀ ପୂଜନରେ ଅଧକ୍ଷ ନବୀନ ଜିନ୍ଦଲଙ୍କ ଧର୍ମପତ୍ନୀ ଶ୍ରୀମତୀ ସାଲୁ ଜିନ୍ଦଲ ପୂଜନର ସମୟ ନିର୍ଘଣ୍ଟ ଅନୁସାରେ ଭିଡିଓ କନଫେରେନ୍ସରେ ଭୂମୀ ପୂଜନରେ ଉପସ୍ଥିତି ରହି କର୍ଯ୍ୟାସମ୍ପନ୍ନ ହୋଇଥିଲା। ପୂଜନ କାର୍ଯ୍ୟକ୍ରମରେ କମ୍ପାନୀର ଅଧିକାରୀ,କର୍ମଚାରୀ,ଗ୍ରାମବାସୀ,ବହୁ ଲୋକଙ୍କ ଉପସ୍ଥିତି ରହିଥିବା ସହ ଆସନ୍ତା ମହା ଶିବ ରାତ୍ରି ସମୟର ଦେଉଳ ନିର୍ମାଣ କାର୍ଯ୍ୟ ସମାପନ ହୋଇବ ବୋଲି ସୂଚନା ମିଳେ ।

Leave a Reply

Your email address will not be published. Required fields are marked *