ଦେଶ- ବିଦେଶ

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଦିଲ୍ଲୀ ମଦ ନୀତି ମାମଲାରେ ସମ୍ପୃକ୍ତ ଥିବା କାରଣରୁ ଆଜି ସକାଳ ୭.୩୦ରେ ‘ଆପ୍‌’ ନେତା ସଞ୍ଜୟ ସିଂହଙ୍କ ବାସଭବନରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚଢ଼ଉ କରିଥିଲା। ଚଢ଼ଉ ପରେ ତାଙ୍କୁ ୧୦ ଘଣ୍ଟା ପଚରାଉଚରା କରିଥିଲେ ଇଡିର ଅଧିକାରୀ। ଏବେ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ଇଡି।କୁହାଯାଉଛି ଯେ, ସଞ୍ଜୟଙ୍କୁ ଆଜି ରାତିରେ ଇଡି ମୁଖ୍ୟାଳୟର ହାଜତରେ ରଖାଯିବ। ଆସନ୍ତାକାଲି ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ କୋର୍ଟରେ ହଜାର କରାଇବ ଇଡି।

ତେବେ ଚଢ଼ଉ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥି‌ଲେ ଯେ, ସେମାନ‌େ ଖାଲି ‘ଦୁର୍ନୀତି’ ଅଭିଯୋଗ କରୁଛନ୍ତି। ମୁଁ ଗୁଡ଼ାଏ ତଦନ୍ତ କଲି କିନ୍ତୁ, କିଛି ପାଇଲି ନାହିଁ। ସଞ୍ଜୟ ସିଂହଙ୍କ ଘରୁ ମଧ୍ୟ ସେମାନେ କିଛି ପାଇବେ ନାହିଁ।

ଅନ୍ୟପକ୍ଷରେ କେଜ୍ରିୱାଲ୍‌ଙ୍କ ପାର୍ଟି ‘ଆପ୍‌’ ମଧ୍ୟ ଅଭିଯୋଗ କରିଥିଲା ଯେ, ସଂସଦରେ ‘ଆଦାନି ଗ୍ରୁପ୍‌’ ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍ଥାପନ କରିଥିବାରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସେମାନଙ୍କ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ‘ଟାର୍ଗେଟ୍‌’ କରିଛି। ପୂର୍ବରୁ ମଧ୍ୟ ‘ଇଡି’ କିଛି ପାଇ ନାହିଁ ଆଜି ମଧ୍ୟ କିଛି ପାଇବ ନାହିଁ। ଗତକାଲି ସେମାନେ କେତେକ ସାମ୍ବାଦିକମାନଙ୍କ ବାସଭବନରେ ଚଢ଼ଉ କରିଥିଲେ ଆଜି ସଞ୍ଜୟ ସିଂହଙ୍କ ବାସଭବନରେ ଚଢ଼ଉ କରିଛନ୍ତି।

Leave a Reply

Your email address will not be published. Required fields are marked *