ମୁଖ୍ୟ ଖବର

ବିବାହ ପାଇଁ କୋର୍ଟରେ ଆବେଦନ କଲେ ବିଧାୟକ ବିଜୟ ଶଙ୍କର

ଭୁବନେଶ୍ବର: ବିବାଦରୁ ସମ୍ପୂର୍ଣ ମୁକ୍ତି ପାଇ ନ ଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ। କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ ଆବେଦନ କରିଛନ୍ତି।ସୂଚନା ଅନୁସାରେ, ଆବେଦନରେ ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେ ହେଉଛନ୍ତି ପ୍ରତ୍ୟୁଷା ନନ୍ଦ। ପୂର୍ବତନ ବନ୍ଧନୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ତେବେ ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ କ୍ଲିନଚିଟ୍ ପାଇ ନଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଥିବା ବିଜୟ ଶଙ୍କରଙ୍କ ଆଗକୁ ଅଡ଼ୁଆ ସୃଷ୍ଟି ହେବ କି ନାହିଁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *