ରାଜନୀତି

ରାହୁଲଙ୍କୁ ଲୋକମାନେ ଗୁରୁତ୍ବର ସହ ନେଲେଣି : ପାୱାର

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର ବୁଧବାର କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ପରେ ଲୋକେ ରାହୁଲ ଗାନ୍ଧୀଙ୍କୁ ଗମ୍ଭୀରତାର ସହ ନେଉଛନ୍ତି । ଦିନେ ସେ ଦେଶର ନେତୃତ୍ୱ ନେବେ।

ଇଣ୍ଡିଆ ଟୁଡେ କନକ୍ଲେଭରେ ପାୱାର କହିଛନ୍ତି, ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧିଙ୍କୁ ଗମ୍ଭୀରତାର ସହ ନିଆଯାଉଛି ଏବଂ ସେ ଦିନେ ଦେଶକୁ ନେତୃତ୍ୱ ପ୍ରଦାନ କରିବେ। ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ।

ଏନସିପି ବିଦ୍ରୋହୀଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଯେଉଁମାନେ ବିଜେପି ସହ ଯାଇଛନ୍ତି ସେମାନଙ୍କର ଏନସିପି ସହିତ କୌଣସି ସମ୍ପର୍କ ନାହିଁ । ସେମାନେ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଭୟରେ ସେମାନେ ଦଳ ବଦଳାଇଛନ୍ତି । ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ। ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭, ୨୦୨୨ରେ ବାହାରି ଦେଶର ବିଭିନ୍ନ ରାଜ୍ୟ ଦେଇ ଅତିକ୍ରମ କରି ୨୦୨୩ ଜାନୁଆରି ୩୦ରେ ଶ୍ରୀନଗରରେ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *