ଦେଶ- ବିଦେଶ

ଜାପାନରେ ୬.୬ ତୀବ୍ରତାର ଭୂକମ୍ପ, ସୁନାମୀ ଆଲର୍ଟ

ଟୋକିଓ,: ଜାପାନରେ ଗୁରୁବାର ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବାହ୍ୟ ଦ୍ୱୀପପୁଞ୍ଜ ନିକଟରେ ସରକାର ସୁନାମି ଚେତାବନୀ ଦେବାକୁ ବାଧ୍ୟ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏକ ସମ୍ଭାବ୍ୟ ସୁନାମି ଏକ ମିଟର ଉଚ୍ଚତାରେ ପହଞ୍ଚିପାରେ।
ଏନଏଚକେ ଟେଲିଭିଜନ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୬ ମ୍ୟାଗ୍ନିଚ୍ୟୁଡରେ ମାପ କରାଯାଇଥିଲା। ଲୋକଙ୍କୁ ଉପକୂଳ ଏବଂ ନଦୀ କୂଳଠାରୁ ଦୂରରେ ରହିବାକୁ ସରକାର ଏକ ପରାମର୍ଶ ଦେଇଛନ୍ତି।
ଜାପାନ ପୃଥିବୀର ସବୁଠାରୁ ଅଧିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଭାବରେ ପରିଗଣିତ ହୁଏ। ୨୦୧୧ରେ ହୋଇଥିବା ଭୂକମ୍ପରେ ଘଟିଥିବା ସୁନାମି ଉତ୍ତର ଜାପାନର ବହୁ ଅଂଶକୁ ଧ୍ୱଂସ କରିଦେଇଥିଲା ଏବଂ ଫୁକୁସିମା ଆଣବିକ କାରଖାନାରେ ମଧ୍ୟ ବ୍ୟାପକ କ୍ଷତି ଘଟିଥିଲା।

Leave a Reply

Your email address will not be published. Required fields are marked *