ଦେଶ- ବିଦେଶ

ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣରେ ୪୯ ମୃତ

କିଭ୍‌,: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ରୁଷିଆ ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳକୁ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୬ ବର୍ଷର ଶିଶୁ ସମେତ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଅଧିକାରୀମାନେ ଉଦ୍ଧାରକାରୀ କର୍ମଚାରୀଙ୍କ ଉଦ୍ଧାର ସମୟର ଭିଡିଓ ଶେୟାର କରଛନ୍ତି। ତେବେ ୧୯ ମାସରୁ ଅଧିକ ସମୟ ଧରି ଚାଲିଆସୁଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସେନା ଗାଁରେ ଗୁଳିଚାଳନା କରିଛନ୍ତି ନା କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି ତାହା ତୁରନ୍ତ ନିଶ୍ଚିତ କରିବା କଷ୍ଟକର ହୋଇପଡିଛି।

Leave a Reply

Your email address will not be published. Required fields are marked *