ରାଜନୀତି

୫ ଦିନିଆ ଇଡି ରିମାଣ୍ଡରେ ସଞ୍ଜୟ ସିଂ

ନୂଆଦିଲ୍ଲୀ, : ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂଙ୍କୁ ଗୁରୁବାର ରୌଜ୍‌ ଏଭେନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)୧୦ ଦିନର ରିମାଣ୍ଡ ମାଗିଥିଲା, ହେଲେ କୋର୍ଟ ଇଡିକୁ ୫ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂଙ୍କୁ ବୁଧବାର ତାଙ୍କ ସରକାରୀ ବାସଭବନରେ ଅନେକ ଘଣ୍ଟା ଧରି ଚଢ଼ାଉ ଓ ପଚରାଉଚରା ପରେ ଇଡି ଗିରଫ କରିଥିଲା। ଇଡି ଅଭିଯୋଗ କରିଛି ଯେ, କିଛି ଡିଲରଙ୍କ ସୁବିଧା ପାଇଁ ଲାଞ୍ଚ ନିଆଯାଇଛି।

Leave a Reply

Your email address will not be published. Required fields are marked *