ମୁଖ୍ୟ ଖବର

ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବିଧାନସଭାରେ ହଟଗୋଳ

ଭୁବନେଶ୍ବର: ଗୃହ ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ସଦସ୍ୟ ହଟଗୋଳ କରିଥିବା ଦେଖିବାକୁ ମିଳିଛି।ବିଜେପି ଯୁବ ମୋର୍ଚ୍ଚା କର୍ମୀ ମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି କମ୍ପିଲା ଗୃହ। ସେଥିପାଇଁ ୧୧.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଲଖିଛନ୍ତି। ବିଧାନସଭା ବାହାରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଧାରଣା ଜାରି ରଖି ଥିବା ବେଳେ ଗୃହ ଭିତରେ ଏହି ପ୍ରସଙ୍ଗ ଉଠାଇ ତୁମ୍ଭି ତୋଫାନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟ।

Leave a Reply

Your email address will not be published. Required fields are marked *