ରାଜନୀତି

ଇଡି-ସିବିଆଇ ଭଳି ଏଜେନ୍ସିର କରାଯାଉଛି ଅପବ୍ୟବହାର: ଶରଦ ପାଓ୍ବାର

ନୂଆଦିଲ୍ଲୀ,: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ମିଳିତ ମେଣ୍ଟ ‘ଇଣ୍ଡିଆ’ର ନେତାମାନେ ଶାସକ ଭାଜପାକୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାରଅଭିଯୋଗ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।
ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏକ ପାର୍ଟି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ମୁଁ ଅନୁଭବ କରୁଛି ଯେ ରାଜନୀତିରେ ଯେତେବେଳେ ବିପକ୍ଷ ବିରୋଧରେ କିଛି ନ ମିଳେ, ସେତେବେଳେ ଇଡି ଏବଂ ସିବିଆଇ ଭଳି ଏଜେନ୍ସିର ଅପବ୍ୟବହାର କରାଯାଇଥାଏ। ଲୋକମାନେ ଦିନେ ଏକ ଶିକ୍ଷା ଦେବେ। ସଞ୍ଜୟ ସିଂଙ୍କ ଗିରଫ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଆହୁରି ମଜଭୁତ କରିବ ବୋଲି ଶରଦ ପାୱାର କହିଛନ୍ତି।
ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଥିଲା

Leave a Reply

Your email address will not be published. Required fields are marked *