ରାଜ୍ୟ

ପୂର୍ତ୍ତବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରେ ବିଭାଗ ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ, ପୂର୍ତ୍ତ ବିଭାଗ ସି ସି ଅଜିତ କୁମାର ମହାପାତ୍ର, ଏ ସି ରଶ୍ମି ରଂଜନ ସାହୁ, ସହକାରୀ ଯନ୍ତ୍ରୀ କୁଶଲ ହେମ୍ରମ ପ୍ରମୁଖ ଯୋଗଦାନ କରିଥିଲେ। ବିଭାଗ ପକ୍ଷରୁ ଶିଳାନ୍ୟାସ କରାଯାଇଥିବା ବିଭିନ୍ନ ରାସ୍ତା ନିର୍ମାଣ ର ଅଗ୍ରଗତି ସମ୍ପର୍କରେ ବିଧାୟକ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ଯଥା ଶୀଘ୍ର
ନିମାପଡ଼ା ଏନଏସି ଅଞ୍ଚଳ ରେ ପ୍ରସ୍ତାବିତ ୪ ଥାକିଆ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ବିଧାୟକ ଶ୍ରୀ ଦାଶ ନିର୍ଦ୍ଦେଶ ଦେବା ସହିତ ନିମାପଡ଼ା ସ୍ବୟଂଶାସିତ କଲେଜ ରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କ ରେ ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂର୍ତ୍ତ ବିଭାଗ ର ସମସ୍ତ
ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବୈଠକ ରେ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *