ରାଜ୍ୟ

ଗ୍ରାମୀଣ ଡାକ ସେବକ ୟୁନିଅନର ଧର୍ମଘଟକୁ ସମର୍ଥନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର : ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଦେଶବ୍ୟାପି ଦିନିକିଆ ଧର୍ମଘଟ କୁ ବିଶିଷ୍ଟ ଶ୍ରମିକ ନେତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l ଗ୍ରାମୀଣ ଡାକ ସେବକ ୟୁନିଅନ ର ପ୍ରମୁଖ ଦାବୀ ହେଲା ଦେଶର ୧ ଲକ୍ଷ ୫୬ ହଜାର ଡାକଘର ରେ ୨ ଲକ୍ଷ ୭୨ ହଜାର ଗ୍ରାମୀଣ ଡାକ ସେବକ (ଜିଡ଼ିଏସ )ଶହେ କୋଟି ରୁ ଉର୍ଦ୍ଧ ନାଗରିକ ଙ୍କୁ ଡାକ ସେବା ଯୋଗାଇ ଦେଉଛନ୍ତି l ତେଣୁ ଜିଡ଼ିଏସ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା,ଚାକିରୀ ର ୬୫ବର୍ଷ ଅବସର ପରେ ପେନସନ ପ୍ରଦାନ, ପ୍ରତି ୧୨ ବର୍ଷ ରେ ଥରେ ଲେଖାଏଁ ପଦୋନ୍ନତି, ଟିଏ ଡିଏ ପ୍ରଦାନ, ଗ୍ରାଚୁଇଟି ୫ ଲକ୍ଷ କୁ ବୃଦ୍ଧି, ଗ୍ରୁପ ବୀମା ୫ ଲକ୍ଷ ଟଙ୍କା ପ୍ରଦାନ,ମହିଳା ଜିଡ଼ିଏସ ମାନଙ୍କୁ ୬ ମାସ ପ୍ରସବ କାଳୀନ ଛୁଟି,୧୮0 ଦିନ ର ଲିଭ ସରେଣ୍ଡର,ଚାକିରୀ କାଳ ମଧ୍ୟରେ ମୃତ୍ୟୁ କ୍ଷେତ୍ରରେ ପରିବାର ସଦସ୍ୟ ଙ୍କୁ ନିଯୁକ୍ତି, ଜିଡ଼ିଏସ ମାନଙ୍କ ସପକ୍ଷରେ କମଲେଶ ଚନ୍ଦ୍ର କମିଟି ସୁପାରିଶ କୁ କାର୍ଯ୍ୟକାରୀ କରିବାକୁ ସଂଘ ତରଫରୁ କରାଯାଇଥିବା ଦାବୀ ଗୁଡିକ ର ଯଥାର୍ଥତା କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକ ମାନଙ୍କ ନ୍ୟାୟସଙ୍ଗତ ଦାବୀ ଗୁଡିକୁ ପୂରଣ କରିବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ନଚେତ ଆଗାମୀ ଅଧିବେଶନ ରେ ଜିଡ଼ିଏସ ମାନଙ୍କ ଦାବୀ ସଂସଦ ରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ l ଧର୍ମଘଟ ରେ ବଲାଙ୍ଗିର ଡିଭିଜନ ସଭାପତି ଜୟକୃଷ୍ଣ ସାହୁ, ମଣ୍ଡଳ ସମ୍ପାଦକ ଦଶରଥ ଦାଶ ଉଦବୋଧନ ଦେଇଥିଲେ l ବଲାଙ୍ଗିର ଜ଼ିଲ୍ଲା ର ସମସ୍ତ ଡାକ ସେବକ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *