ବାଣିଜ୍ୟ

ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳିଆନ ?

ଯୋଡ଼ା : ଖଣି ବାସୀଙ୍କ ପାଇଁ ଖଣି ଅନୁଷ୍ଠାନ ଠାରୁ ବରଂ ଖଣି କର୍ତ୍ତୃପକ୍ଷ ଏବେ ଭାରି ସମସ୍ୟାର କାରଣ ପାଲଟିଛନ୍ତି । ସର୍ବଦା ଜନହିତ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦେଇ ଜନ ବିରୋଧୀ କାର୍ଯ୍ୟ କରିବାରେ ଆଗୁଆରେ ଥିବା କେତକ ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଯାହା ଜନ ଅସନ୍ତୋଷର କାରଣ ଦେଖା ଦେବା ଆରମ୍ଭ କରିଛି । ତେବେ ଦେଖିବାକୁ ଗଲେ ଖଣିରେ ସ୍ଥାୟୀ ନିଯୁକ୍ତି ବଢିବା ପ୍ରତି ଦୃଷ୍ଟି ନଦେବା ସହ ନିକଟ ଖଣି ଲୋକଙ୍କୁ ପାନୀୟ ଜଳ ସଠିକ ସମୟ ତଥା ପର୍ଯ୍ୟାପ୍ତ ନଯୋଗାଇବା,ଖଣି ଖନନରେ ଦାୟିତ୍ବ ହୀନତା ପାଇଁ ଖଣି ଆଖ ପାଖ ଅଞ୍ଚଳ ପ୍ରଦୂଷିତ ମାତ୍ରା ବଢିବା ସହ ଖଣିଜ ପରିବହନରେ ଅସାବଧାନତା ହେତୁ ପ୍ରାୟ ଦିନ ଦୁର୍ଘଟଣା ଘଟି ବହୁ ନିରୀହ ଜୀବନ ନଷ୍ଟ ହୁଏ।ଆଉ ରହିଲା ସମସ୍ତ ପ୍ରକାରର ସୁବିଧା ଥିବା ଏକ ଉର୍ଣ୍ଣତ ମାନର କମ୍ପାନୀ ମେଡ଼ିକାଲ ପ୍ରତି ଧ୍ୟାନ ନଦେଇ ଖଣି କାର୍ଯ୍ୟରେ ତଥା ପରିବହନରେ ବାରମ୍ବାର ଅସାବଧାନତା ଏବଂ ଦାୟିତ୍ବହୀନତା ପାଇଁ ଅଞ୍ଚଳର ଗରିବ ଖଣିବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଦେଖି ଜାଣି ମଧ୍ୟ କର୍ତ୍ତୃପକ୍ଷଙ୍କ ସ୍ୱାର୍ଥପରତା ଚରମ ସୀମାରେ ପହଞ୍ଚିଥିବାରୁ ଖଣିବାସୀ ଅତିଷ୍ଠ ହେବାକୁ ଲାଗିଲେଣି। ସେହିପରି ଅଞ୍ଚଳର ଓ.ଏମ.ସି ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଦିନକୁ ଦିନ ଜନ ହିତ ପରିବର୍ତ୍ତେ ଜନ ବିରୋଧି ହେବାକୁ ବସିଥିବାର ଜାଣିବାକୁ ମିଳେ।ତେବେ ଯୋଡ଼ା ବ୍ଳକ ଅନ୍ତର୍ଗତ ପଳସା ପଞ୍ଚାୟତର ଉଚ୍ଚବାଲି ସ୍ଥିତ ଓ.ଏମ.ସି ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଦିନକୁ ଦିନ ନିକଟ ଖଣି ଲୋକଙ୍କୁ କିଛିଟା ସହଯୋଗ ପ୍ରତିବଦଳରେ ବହୁ ମାତ୍ରାରେ ସମସ୍ୟାରେ ପ୍ରାୟ ଦିନ ପକାଇ ଚାଲିଥିବାର ଶୁଣିବାକୁ ମିଳେ।ତେବେ ଖଣିଜ ପରିବହନ କ୍ଷେତ୍ରରେ ଅବହେଳା ଯୋଗୁଁ ବାମେବାରୀ ଠାରୁ କାଳିମାଟି ରାସ୍ତାପଥ ଜାମ ଭରି ରହିଥିବାରୁ ସାଧାରଣ ଯାତାୟତରେ ସମସ୍ୟା ଦେଖାଦେବା ଲାଗିରହିଛି ।ଆଉ ରହିଲା ନିକଟ ସାଧାରଣ ଗରିବଙ୍କ କୁଡ଼ିଆକୁ ଦେଖିଲେ ଜଣା ପଡ଼ିଯିବ ଯେ କେଉଁ ପ୍ରକାରର ଦାୟିତ୍ବହୀନତାରେ ପ୍ରଦୂଷଣର ପରିମାଣ ବଢିଚାଲେ,ଯାହାର ପରିଣାମ ସ୍ବରୂପ ଅଞ୍ଚଳବାସୀଙ୍କୁ ନାନାଦି ରୋଗ /ବୈଇରାଗ ଆକ୍ରାନ୍ତ ଭୟରେ ଅନେକ।ତେବେ ରାସ୍ତା ଜାମରେ ଅବହେଳା ଯଦି ଲକ୍ଷ କରାଯାଏ,ତେବେ ହୋଇପାରେ ଖଣି ବିଭାଗର ଏକାଧିକ ଅନୁଷ୍ଠାନ ନିମନ୍ତେ ପର୍ଯ୍ୟାପ୍ତ କର୍ମଚାରୀ,ସୁରକ୍ଷାକର୍ମୀ ଯୋଗାଇ ଆସିବା ଏହାର ଏକ ମୂଳ କାରଣ ହୋଇଥିବାରୁ, ଖଣି ନିକଟ ଲୋକଙ୍କୁ ଭୋଗିବାକୁ ହୁଏ ବୋଲି ତୀବ୍ର ଅସନ୍ତୋଷର କାରଣ ଦେଖାଦିଏ।ତେବେ ସାଧାରଣ ଲୋକଙ୍କ ଏତେ ସବୁ ସମସ୍ୟା ଭୋଗୁଥିବା ଦେଖି ଜାଣିବା ପରେ ମଧ୍ୟ ଉକ୍ତ କର୍ତ୍ତୃପକ୍ଷଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସ୍ଥାଣୁପଣ କେଉଁ କାରଣରୁ ?ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ମଙ୍ଗଳ ଏବଂ ହିତରେ ବିଭାଗୀୟ ଅଧିକାରୀ ଚିନ୍ତା ନକରି ବେସ କିପରି ଚୁପ ବସିଛନ୍ତି ବୋଲି ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି ବୋଲି ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *