ମହାନଗର

ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟର ଧାରଣା

ଭୁବନେଶ୍ୱର : ରାଜ୍ୟରେ ପ୍ରାଇଭେଟ ହସ୍ପିଟାଲର ଦୁର୍ଘଟଣାରେ ଗୁରୁତର ରୋଗୀଙ୍କୁ ଫେରାଇଦେବାର ଘଟଣା ଦିନକୁ ଦିନ ବଢିଚାଲିଛି l ନିକଟରେ ଉତ୍କଳ ହସ୍ପିଟାଲ ନିକଟରେ ଦୁର୍ଘଟଣାରେ ଗୁରୁତରକୁ ଚିକିତ୍ସା ନକରି ଫେରାଇ ଦେବାରୁ ମୃତ୍ୟୁ ଘଟଣାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦବୀରେ ଆଜି ଦିନ 11 ଘଟିକା ସମୟରେ ନତlଲା ଠାରେ ଥିବା ସ୍ୱାସ୍ଥ୍ୟ ନିର୍ଦେଶକଙ୍କ କାର୍ଯ୍ୟାଳୟ ଠାରେ ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟ ତରଫରୁ ଧାରଣା ଦିଆଯାଇଥିଲା l ପ୍ରଶାସନିକ ବ୍ୟବସ୍ଥାର ତ୍ରୁଟି ଓ ବିଚ୍ୟୁତି ପାଇଁ ସାଧାରଣ ଜନତା ତାଙ୍କ ନ୍ୟାର୍ଯ୍ୟ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି l ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ଓ ନ୍ୟାୟ ପ୍ରଦାନ ସହିତ ଦାୟୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟ l ଏହି କ୍ରମରେ ଆଜି ଧାରଣା ଦିଆଯାଇଛି l ପ୍ରକାଶ ଥାଉକି ଗତ 24.09.23 ତାରିଖ ସନ୍ଧ୍ୟା 9 ଘଟିକା ସମୟରେ ପଣ୍ଡାପାର୍କ ଛକ ନୀଳାଦ୍ରିବିହାର ଠାରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ନିଳାଦ୍ରିବିହାର ଅଂଚଳର ଅଞ୍ଚଳ ପ୍ରଧାନକୁ ମାତ୍ର 300 ମିଟର ଦୂରରେ ଥିବା ଉତ୍କକ ହସ୍ପିଟାଲକୁ ନିଆଯାଇଥିଲା l ଉତ୍କଳ ହସ୍ପିଟାଲରେ ବେଡ଼ ନଥିବା କହି ଗେଟ ପାଖରୁ ଭିତର ଛାଡି ନଥିଲା l ଫଳରେ ସ୍ତାନୀୟ ସ୍ୱଚ୍ଛlସେବି ମlନେ ତାଙ୍କୁ ତତ୍କାଳ କିମ୍ସ ହସ୍ପିଟାଲ ନେଇଯାଇଥିଲେ l କିମ୍ସ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେ ମୃତ୍ୟୁ ବରଣ କରିଥିଲେ l ଯଦି ତୁରନ୍ତ ଉତ୍କଳ ହସ୍ପିଟାଲ ଚିକିତ୍ସା କରିଥାନ୍ତା ସେ ବଞ୍ଚି ଯାଇଥାନ୍ତା l ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ସବୁ ହସ୍ପିଟାଲ ବିନା କୌଣସି ତଥ୍ୟ ଓ ଅପେକ୍ଷା ନକରି ତୁରନ୍ତ ଜରୁରୀ କାଳୀନ ଚିକିତ୍ସା ଯୋଗାଇବେ l ଯଦି ସେହି ହସ୍ପିଟାଲ ରେ ତାର ଚିକିତ୍ସl ସୁବିଧା ନାହିଁ କିମ୍ବା ରୋଗୀ ଜଟିଳ ହୁଏ ତାକୁ ଅନ୍ୟ ହସ୍ପିଟାଲ କୁ ରେଫର କରିବେ l 48 ଘଣ୍ଟା ପର୍ଯ୍ୟନ୍ତ ପ୍ରାଥମିକ ଓ ଜରୁରୀ ଚିକିତ୍ସା ପାଇଁ ସରକାରୀ ନିର୍ଦେଶ ରହିଛି l ସେଥିପାଇଁ ଆର୍ଥିକ ବ୍ୟବସ୍ଥାର ପ୍ରlବଧାନ ମଧ୍ୟ ସରକାର କରିଛନ୍ତି l ତେଣୁ ଯେହେତୁ ସେହି ହସ୍ପିଟାଲର ତ୍ରୁଟି କରିଛି ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗୀୟ ସଚିବ, ନିର୍ଦେଶକ ସମସ୍ତଙ୍କୁ ଦୃଢ଼ ପଦକ୍ଷେପ ପାଇଁ ମିଶନ ଓଡିଶା ପକ୍ଷରୁ ଦାବୀକରାଯାଇଥିଲା l ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ତେଣୁ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ରାଜ୍ୟରେ ସବୁ ହସ୍ପିଟାଲ ଏହି ନିୟମକୁ କଡାକଡି ପାଳନ କରିବେ ଓ ଅନେକ ଦୁର୍ଘଟଣା ଜନିତ ଅକାଳ ମୃତ୍ୟୁକୁ ରୋକା ଯାଇପାରିବ ଓ ସାଧାରଣ ଲୋକ ନ୍ୟାୟ ପାଇପାରିବେ l ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟତରଫରୁ ଶତାଧିକ କର୍ମକର୍ତ୍ତାଙ୍କ ଦ୍ୱାରା ନତlଲା ସ୍ଥିତ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମୁଖରେ ଦିନ 11 ଘଟିକା ସମୟରେ ଧାରଣା ଓ ପ୍ରତିବାଦ କରାଯlଇ ଥିଲା l ସ୍ୱାସ୍ଥ୍ୟ ନିର୍ଦେଶକ ଡା ସଚ୍ଚିଦାନନ୍ଦ ମହାନ୍ତି ଅନୁପସ୍ଥିତ ଥିବାରୁ ସ୍ୱାସ୍ଥସେବା ନିର୍ଦେଶକ ଡା ବିଜୟ ମହାପାତ୍ର ଓ ଅତିରିକ୍ତ ନିର୍ଦେଶକ ଡା ଉମାକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ମିଶନ ଓଡିଶା ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, କୁଳମଣି ଜେନା ଓ ସୁବ୍ରତ ସାହୁ ଆଲୋଚନା କରିଥିଲେ l ଏହି ନିୟମ କଡାକଡି ଲାଗୁ ପାଇଁ ତୁରନ୍ତ ରାଜ୍ୟରେ ସବୁ ପ୍ରାଇଭେଟ ହସ୍ପିଟାଲକୁ ଦୁର୍ଘଟଣା ଗୁରୁତରଙ୍କୁ ତୁରନ୍ତ ଚିକିତ୍ସl ଯୋଗାଇବା କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ନଚେତ ଦୃଢ କାର୍ଯ୍ୟାନୁଷ୍ଠାନ ସମ୍ବଳିତ ଏକ ସ୍ୱତନ୍ତ୍ର ନିର୍ଦେଶନାମା ଚିଠି ଦିଆଯିବ l ଦୁର୍ଘଟଣାକୁ ରୋକିବା ଏବଂ କିପରି ତୁରନ୍ତ ଚିକିତ୍ସା ଯୋଗାଇବାକୁ ପଦକ୍ଷେପ ସମ୍ପର୍କରେ ଆଞ୍ଚଳିକ ସ୍ତରରେ ବ୍ୟାପକ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ l ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଆପ ଯୋଗେ ତୁରନ୍ତ ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ଏହି ଆପ ର ବ୍ୟବସ୍ଥା ଅନୁଯାଇ କରାଯିବ l ଯେଉଁ ହସ୍ପିଟାଲ ଏହି ନିୟମ ଉଲଂଘନ କରିବ ତାକୁ ଆର୍ଥିକ ଦଣ୍ଡ ବା ଜରିମାନା ଆଦାୟ ପାଇଁ ମିଶନ ଓଡିଶା ପ୍ରସ୍ତାବକୁ ଆଗାମୀ ଦିନରେ ସରକାରୀ ନିୟମରେ ଅନ୍ତର୍ଭୁକ୍ତ କରିବାକୁ ଆଲୋଚନାରେ ଅଧିକାରୀ ମାନେ ସହମତି ହୋଇଥିଲେ l ଉତ୍କଳ ହସ୍ପିଟାଲକୁ ଏ ସଂକ୍ରାନ୍ତରେ ସୋ କଜ ମଗାଯାଇଛି l ପୋଷ୍ଟ ମଟମ ରିପୋର୍ଟ ଆସିଲେ ଆଗକୁ ବିଭାଗୀୟ ଓ ଡାକ୍ତରୀ ଦଳ ଦ୍ୱାରା ସମସ୍ତ ଅନୁସଙ୍ଗିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ପରେ ଧାରଣାକୁ ସ୍ଥଗିତ ରଖାଗଲା l ସଠିକ ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବ l ଆଜିର କାର୍ଯ୍ୟକ୍ରମରେ କଳ୍ପନା ସାହୁ, ମିଲି ସାହୁ, ଆମର ନାୟକ, ସ୍ବର୍ଣ୍ଣଲତା ସାହୁ, ସ୍ୱପ୍ନା ସାହୁ,କୌସଲ୍ୟା ବେହେରା, ଗୋଲାପ କୁମାରୀ ସାହୁ, ଆଶାଲତା ନାୟକ, ରାୟଙ୍କ ଢାଲି, ମାମୁନି ମଲ୍ଲିକ, ମିନା ରାଣୀ ଦାସ, ସୁର ନାୟକ, ବଳରାମ ପ୍ରଧାନ, ପ୍ରଫୁଲ୍ଲ ବଡସେଠ, ଭୋଳାନାଥ ନାୟକ, ମନୋରଞ୍ଜନ ମଲ୍ଲିକ, ଶୁଭକାନ୍ତ ବେହେରା ପ୍ରମୁଖ ଯୋଗଦାନ କରି ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *