ମୁଖ୍ୟ ଖବର

ଖୋଲୁଛି ଯାଜପୁର ଗ୍ରାମ୍ୟ ଉନୟ ଡିଭିଜନ ନିର୍ବାହୀ ଯନ୍ତ୍ରୀର କଳଙ୍କ ପେଡି

ଭୁବନେଶ୍ୱର : ଗ୍ରାମ୍ୟ ଉନୟନ ବିଭାଗର ଯାଜପୁର ଡିଭିଜନରେ ଵ୍ୟପକ ଦୁର୍ନୀତି ହେଉଥିବାର ଅଭିଯୋଗ ହେଊଛି l ନିର୍ବାହୀ ଯନ୍ତ୍ରୀ ଜ୍ଞାନ ନାୟକ ଖୁଲମ ଖୁଲା ନିମ୍ନମାନର କାମ କରି ପିସି ଦେବାକୁ ଠିକାଦାରଙ୍କ ଉପରେ ଚାପ ପକାଉଛନ୍ତି ବୋଲି ଅଭିଯୋଗ ହେଊଛି l ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ବହୁତ ପିସି ନିର୍ବାହୀ ଯନ୍ତ୍ରୀ ନେଉ ଥିବାରୁ କମ ଦିନରେ ରାସ୍ତା ଖରାପ ହୋଇଯାଇଛି l ଦୁଇ ବର୍ଷ ଭିତରେ ନିର୍ବାହୀ ଯନ୍ତ୍ରୀ କୋଟିକୋଟି ଟଙ୍କାର ମିଥ୍ୟା ବିଲ କରାଯାଉଛି l ଗ୍ରାମ୍ୟ ଉନୟନ ସଚିବ ସଞ୍ଜୟ ସିଂ ଓ ଯାଜପୁର ବିଧାୟକ ପ୍ରଣବ ଦାସଙ୍କ ଅଭୟ ବର ପାଇଁ ଯନ୍ତ୍ରୀ ଦୁର୍ନୀତି କୁ ନୀତି କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ବବି ଦାସ କହିଛନ୍ତି ଯେତେ ମିଥ୍ୟା ବିଲ ଓ ନିମ୍ନ ମାନର କାମକଲେ କିଛି ଅସୁବିଧା ନାହିଁ ବୋଲି ଯନ୍ତ୍ରୀ ନାୟକ ମଦ୍ୟପ ଶାଳରେ କହୁଥିବାର ଯାଜପୁର ରେ ଚର୍ଚ୍ଚା ହେଊଛି l ବରୀ, ବିଂଝାରପୁର, ଦଶରଥପୁର, ସିଂହପୁର, ରସୁଲପୁର, ସଠିପୁର,ପ୍ରଭୁତି ଅଞ୍ଚଳରେ ରାସ୍ତା କାର୍ଯ୍ୟ ଯନ୍ତ୍ରୀ ନାୟକଙ୍କ ନିର୍ଦେଶରେ ନିମ୍ନମାନର ହେଉଛି l ନିର୍ବାହୀ ଯନ୍ତ୍ରୀ ଯୁବକ ହୋଇଥିବାରୁ ଦୁର୍ନୀତିକୁ ଵ୍ୟପକ କରି ଯାଜପୁର କୁ ଲୁଟି ଚାଲୁଛନ୍ତି ବୋଲି ସମାଜସେବୀ ଲକ୍ଷ୍ମୀ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି l ନିମ୍ନମାନର କାମ ହେଉଥିବାର ଅଭିଯୋଗ ସ୍ଥାନୀୟ ଜନତା କରିବାକୁ ଆସିଲେ ଯନ୍ତ୍ରୀ ନାୟକ ର ଦେଖ ମିଳେନି ବୋଲି ସନ୍ତୋଷ ଦାସ ମତ ପ୍ରକାଶ କରିଛନ୍ତି l ବିଜୁ ସେତୁ ନିର୍ମାଣରେ ଯନ୍ତ୍ରୀ ନାୟକ ଲକ୍ଷ୍ୟଧିକ ଟଙ୍କା ପିସି ନେଉଥିବାରୁ ସେତୁର ସ୍ଥାଇତ୍ୱ କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି l ଚାକିରୀ କାଳ ଭିତରେ ଯନ୍ତ୍ରୀ ନାୟକ ସରକାରୀ ରାଜକୋଷ ଲୁଟ କରି କୁବେରପତି ପାଲଟିବା ସହିତ କଳା ଟଙ୍କାବାଦଶାହ ପାଲଟିଛନ୍ତ l ଚୋର ମୁହଁ ଟାଣ ନ୍ୟାୟରେ ଯନ୍ତ୍ରୀ ନାୟକ ନିଜକୁ ସତୀ ସାବିତ୍ରୀ କହି ଯାଜପୁର ପ୍ରଗତିରେ ବାଧକ ସାଜିଛନ୍ତି ନିର୍ବାହୀ ଯନ୍ତ୍ରୀ ନାୟକ l ବିଧାୟକ ବବି ଦାସ ପାୱାରଫୁଲ ତେଣୁ ମୁଁ ତାଙ୍କ ଛତ୍ରଛାୟା ତଳେ ଅଛି ତେଣୁ କେହି ମୋର ଡ୍ୟାସ ବଙ୍କା କରିପାରିବେନି ବୋଲି ଖୋଲା ଖୋଲି କହିବୁଲୁଛନ୍ତି ଯନ୍ତ୍ରୀ ବୋଲି ଚର୍ଚ୍ଚା ହେଊଛି l ଯନ୍ତ୍ରୀ ନାୟକର ବହୁ କଳଙ୍କିତ ତଥ୍ୟ ହସ୍ତଗତ ହେବାରେ ଲାଗିଛି l ଗ୍ରାମ୍ୟ ଉନୟନ ବିଭାଗର କିଛି ଅଫିସରଙ୍କୁ ମାସିକ ଚାନ୍ଦା ଦେଇ ଯନ୍ତ୍ରୀ ନାୟକ ଖୁଲମଖୁଲା ନିମ୍ନମାନର କାମ କରି ରାଜ୍ୟ ବାସୀଙ୍କ ଅର୍ଥକୁ ଲୁଟ କରୁଛନ୍ତି l ଯାଜପୁର ଡିଭିଜନର ପୂର୍ବତନ ଯନ୍ତ୍ରୀ ମହାରଣା ବାବୁ କହିଛନ୍ତି ଯେ ଜ୍ଞାନ ଏବେ ଅଜ୍ଞାନ ପରି କାମକରି ଯନ୍ତ୍ରୀ ଜଗତର କଳଙ୍କ ପାଲଟିଛି l ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ ସାମଲ କହିଛନ୍ତି ଯେ ପିସି ଖିଆ ପ୍ରକୁତି ଯୋଗୁ ଯନ୍ତ୍ରୀ ନାୟକକୁ ଅନେକ ଥର ଗାଳି କରିଛି l ଅକର୍ମା ଓ ଲାଞ୍ଚୁଆ ଗୁଣ ଥିବା ଏହି ଯନ୍ତ୍ରୀ କୁ କଠୋର ଦଣ୍ଡ ସରକାର ଦେବା ଦରକାର l ଯନ୍ତ୍ରୀ ନାୟକର ଅନେକ କଳଙ୍କିତ ତଥ୍ୟର ଖୁଲାସା ସମାଜ ଆଇନା ଆଗାମୀ ଥରକୁ ପ୍ରକାଶ କ୍ରମନ୍ୱୟରେ ପ୍ରକାଶିତ କରିବ l

Leave a Reply

Your email address will not be published. Required fields are marked *