ଅପରାଧ

ବାଇକକୁ ଘୋଷାଡି ନେଲା ଟ୍ରେଲର; ସ୍ବାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର 

ସୁନ୍ଦରଗଡ଼: ଶନିବାର ଅପରାହ୍ନରେ ସୁନ୍ଦରଗଡ଼ କଲେଜ ନିକଟ ଇବ ସେତୁ ଉପରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପଛ ପଟୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ୧୮ ଚକିଆ ଟ୍ରେଲର। ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ସାଢ଼େ ୩ ବର୍ଷର ଝିଅ ଗୁରୁତର ହୋଇପଡ଼ିଥିଲେ। ସଦରଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ମା’ ଝିଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସମ୍ବଲପୁର ଜିଲ୍ଲା ବାମରା ବିରମାଲ ଗାଁର ଦୁତିଆ ସା ସ୍ତ୍ରୀ ସାବିତ୍ରୀ ଓ ସାଢ଼େ ୩ ବର୍ଷର ଝିଅ ଅନୁଷ୍କା ସହ (ଓଡି ୧୬ ଏଫ ୩୬୮୫) ହିରୋହୁଣ୍ଡା ସ୍ପେଲେଣ୍ଡର ପ୍ଲସ୍ ଯୋଗେ ସୁନ୍ଦରଗଡ଼ ବାଲିଯୋରିର ଏକ ଦଶାହ କର୍ମରେ ଯୋଗ ଦେଇ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଟ୍ରେଲର ଧକ୍କା ଦେଇ ବାଇକ୍ ଚଲାଉଥିବା ସ୍ବାମୀ ଦୁତିଆଙ୍କୁ ୫୦ ମିଟର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିରହିଛି। ସ୍ତ୍ରୀ ସାବିତ୍ରୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ କୁନି ଝିଅ ଅନୁଷ୍କାର ବାମ ହାତ ଛିଣ୍ଡି ଯାଇଛି। ଦୁର୍ଘଟଣା ପରେ ଟ୍ରେଲର୍ ଫେରାର ହୋଇଯାଇଛି। ପୁଲିସ ଟ୍ରେଲରକୁ ଧରିବାକୁ ତନାଘନା ଚଲାଇଛି

Leave a Reply

Your email address will not be published. Required fields are marked *