ରାଜ୍ୟ

ଛାତ୍ର,ଛାତ୍ରୀଙ୍କ ଜୀବନ ବର୍ବାଦ କରୁଛି ଏସାର କମ୍ପାନୀ ,ଘଣ୍ଟା ଘଣ୍ଟା ଜାମରେ ଫସିଲା ସ୍କୁଲ ବସ

ଯୋଡ଼ା : ଖଣି ଅଞ୍ଚଳବାସୀଙ୍କ ଜୀବନ ବର୍ବାଦ କରିବାରେ କ୍ଷଣକ ହେଲେ ହେଳା କରୁନି ଆର୍ସେଲର ମିତଲ କମ୍ପାନୀର କର୍ଯ୍ୟପ୍ରଣାଳୀ।କମ୍ପାନୀ ନିଜର ଖଣି ବ୍ୟବସାୟ ପାଇଁ ସର୍ବଦା ନିକଟ ଗ୍ରାମବାସୀ ହିନସ୍ଥା କରୁଥିବା ଖବର ଆଉ କାହାକୁ ଅଛପା ହୋଇ ରହି ନାହିଁ। ତଥାବି ଚୀର ନିଦ୍ରାରେ ରହିଥିବା ଖଣି ବିଭାଗ ତଥା ଦାୟିତ୍ବବାନ ଅଧିକାରୀଙ୍କ ପାଇଁ କମ୍ପାନୀର କାର୍ଯ୍ୟକଳାପ ଦିନକୁ ଦିନ ଜନବିରୋଧୀ ହେବାରେ ଲାଗିଛି। ରାସ୍ତା କଷ୍ଟ ଠାରୁ ବଳିଗଲା ବାମେବାରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟକୁ ଆସୁଥିବା ବିଦ୍ୟାର୍ଥୀଙ୍କ ଉଜ୍ବଳ ଭାବିଶ୍ୱତକୁ ନଷ୍ଟ କରିବାରେ କୌଣସି ଟିକିଏ ବାକି ରଖିଲାନି ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟପ୍ରଣାଳୀ।ତେବେ ସୂଚନା ଯୋଗ୍ୟ ଶନିବାର ସକାଳ ସମୟରେ ଦୁବୁନା, ଖଜୁ ରିଡ଼ିହି,ବଡ଼କାଳିମାଟି,ପୁରୁଣାଡିହି,ହାଣ୍ଡିଭଙ୍ଗା, ନୟାହଟିଙ୍ଗ,ଜାମୂପଣି ଇତ୍ୟାଦି ଗ୍ରାମରୁ ସ୍କୁଲ ବସ ଯୋଗେ ଆସୁଥିବା ସ୍ୱରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମରେ ଫସି ରହିଲା କଳିମାଟି ଏବଂ ନୟାଗଡ଼ ମଝି ହାତିମରା ନିକଟ ସ୍ଥାନରେ ବୋଲି ଆଜି ଦେଖିବାକୁ ମିଳେ। ତେବେ ଉକ୍ତ କମ୍ପାନୀଙ୍କ ନିମନ୍ତେ ବାମେବାରୀ ଠାରୁ କାଳିମାଟି ଆଗକୁ ପଳାସପଙ୍ଗା ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ବହୁ କଷ୍ଟରେ ନୟାଗଡ଼ ହୋଇ ଭିତର ରାସ୍ତା ଦେଇ ଉଚବାଲି ମଧ୍ୟ ଦେଇ ବାମେବାରୀ ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଆସୁଥିଲେ ମଧ୍ୟ ହାତିମରା ନିକଟରେ ଖଣି କମ୍ପାନୀଙ୍କ କାର୍ଯ୍ୟ ଧାରା ଏବେ ବାଧକ ସାଜିଥିବାରୁ ଗରିବ ଖଣିବାସୀଙ୍କୁ ଚିନ୍ତାରେ ପକାଇଛି।ଯଦି ଯଥା ସମ୍ଭବ କମ୍ପାନୀର କର୍ତ୍ତୃପକ୍ଷ କିମ୍ବା ଖଣି ଅଧିକାରୀ ଏଥି ପ୍ରତି ଦୃଷ୍ଟି ଯଦି ନଦିଅନ୍ତି,ତେବେ ରାସ୍ତା ସମସ୍ୟା ଠାରୁ ଛାତ୍ର ଛାତ୍ରୀଙ୍କ ଭାବିଶ୍ୱତ ଉପରେ ଆହୁରି ଏକ ବଡ ପ୍ରଭାବ ପଡ଼ିବ ବୋଲି ଚିନ୍ତାରେ ନିକଟ ଖଣିବାସୀ।

Leave a Reply

Your email address will not be published. Required fields are marked *