ରାଜ୍ୟ

ଘର ପଛପଟୁ ନବଜାତ ଶିଶୁକନ୍ୟା ଉଦ୍ଧାର

କୁଚିଣ୍ଡା: କୁଚିଣ୍ଡା ଥାନା ଖଣ୍ଡୋକଟା ଗାଁରୁ ଜଣଙ୍କ ଘର ପଛପଟୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବାର ଖବର ମିଳିଛି। ଶିଶୁକୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତ୍ରୀରେ କେହି ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଛାଡ଼ି ଦେଇଥିଲେ। ଶିଶୁଟି ଦେହରେ ପିମ୍ପୁଡ଼ି ଲାଗିଯାଇଥିଲେ। ସକାଳୁ ଗ୍ରାମବାସୀ ଶିଶୁକୁ ଦେଖି ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।ଶିଶୁ ସଂପୂର୍ଣ୍ଣ ସୁସ୍ଥ ରହିଛି। ପୂର୍ଣ୍ଣ ବିକଶିତ ଶିଶୁ ବୋଲି ଉପଖଣ୍ଡ ଡାକ୍ତରଖାନାର ସିନିୟର ଡାକ୍ତର ମନୋଜ ପଟେଲ ପ୍ରକାଶ କରିଛନ୍ତି। ଗୋଟିଏ ଗ୍ରାମରେ ଅଙ୍ଗନବାଡି କର୍ମୀ ଆଶାକର୍ମୀ ଥାଇ କେହି ଗର୍ଭବତୀ ଥିବା ଜାଣିପାରି ନ ଥିଲେ କିପରି ବୋଲି ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *