ଦେଶ- ବିଦେଶ

ଇସ୍ରାଏଲ ଗଣମାଧ୍ୟମ ଉପରେ ସାଇବର ଆଟାକ୍‌

ଜେରୁଜେଲମ୍‌, : ଇସ୍ରାଏଲର ଦୈନିକ ଖବରକାଗଜ ‘ଇସ୍ରାଏଲୀ ଡେଲି ଜେରୁଜେଲମ୍‌ ପୋଷ୍ଟ’ ଉପରେ ଏକାଧିକ ସାଇବର ଆଟାକ୍‌ ହୋଇଛି।

ରବିବାର ସକାଳେ ସାଇବର ଆଟାକ୍‌ ଦ୍ୱାରା ଜେରୁଜେଲମ ପୋଷ୍ଟକୁ ଟାର୍ଗେଟ କରାଯାଇଛି। ଆକ୍ରମଣକାରୀମାନେ ଏହି ଖବରକାଗଜ ସାଇଟ୍‌କୁ ହ୍ୟାକ୍‌ କରିଦେଇଛନ୍ତି।
ଅନ୍ୟପକ୍ଷରେ ଦୈନିକ ଖବରକାଗଜ ଟୁଇଟ୍‌ କରି କହିଛି, ଆମେ ଖୁବ୍‌ଶୀଘ୍ର ଫେରିବୁ। ପୁଣି ଅପରେଶନ ଏବଂ ଆକ୍ରମଣ ଉପରେ ଶୀର୍ଷକ ଖବର ପ୍ରକାଶ କରିବୁ।

ସୂଚନାଯୋଗ୍ୟ, ରକେଟ ଆକ୍ରମଣ ଏବଂ ଗ୍ରାଉଣ୍ଡ ଆକ୍ରମଣରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହା ପରେ ଇସ୍ରାଏଲ ହମାସ୍‌ ଗୋଷ୍ଠୀ ଲୁଚି ରହିଥିବା ସ୍ଥାନ ଉପରେ ପ୍ରତିଶୋଧ ପରାୟଣ ଆକ୍ରମଣ କରିଥିଲା। ତେବେ ହ୍ୟାକରମାନେ ଦେଶର ଅଗ୍ରଣୀ ତଥା ଅଧିକ ବିକ୍ରି ହେଉଥିବା ଏହି ଇଂରାଜୀ ଖବରକାଗଜକୁ ଟାର୍ଗେଟ କରିଥିଲେ।

Leave a Reply

Your email address will not be published. Required fields are marked *