ଦେଶ- ବିଦେଶ

ଇଜିପ୍ଟରେ ୨ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ହତ୍ୟା

କାଇରୋ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବଢ଼ୁଥିବା ହିଂସାକାଣ୍ଡ ମଧ୍ୟରେ ରବିବାର ଇଜିପ୍ଟରେ ଜଣେ ପୁଲିସ କର୍ମୀଙ୍କ ଗୁଳିରେ ଦୁଇ ଜଣ ଇସ୍ରାଏଲ ପର୍ଯ୍ୟଟକ ଏବଂ ଜଣେ ଇଜିପ୍ଟୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।

ଏକ ଘରୋଇ ଟେଲିଭିଜନ ଏକ୍ସଟ୍ରା ନ୍ୟୁଜ୍ କହିଛି ଯେ ଆଲେକ୍ଜାଣ୍ଡ୍ରିଆ ଗସ୍ତରେ ଆସିଥିବା ଏକ ଇସ୍ରାଏଲ ପର୍ଯ୍ୟଟକ ଗୋଷ୍ଠୀ ଉପରେ ଇଜିପ୍ଟର ଜଣେ ପୁଲିସ କର୍ମଚାରୀ ହଠାତ୍ ନିଜ ବ୍ୟକ୍ତିଗତ ବନ୍ଧକରୁ ଗୁଳି ଚଳାଇଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ଏବଂ ଦୁଇ ଜଣ ପ୍ରାଣ ହରାଇଥିଲେ।

ସୂଚନାଯୋଗ୍ୟ, ଶନିବାରଦିନ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରକୁ ପାଖାପାଖି ୫,୦୦୦ ରକେଟ୍ ମାଡ଼ କରିଥିଲା। ଇସ୍ରାଏଲ ଏହି ମାରାତ୍ମକ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେବା ସହ ହାମାସ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷର ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି।

Leave a Reply

Your email address will not be published. Required fields are marked *