ମନୋରଞ୍ଜନ

ସୁରକ୍ଷିତ ଭାରତ ଫେରିଲେ ନୁଶରତ

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚା ସୁରକ୍ଷିତ ଭାରତ ଫେରିଛନ୍ତି। ନୁଶରତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଅଭିନେତ୍ରୀ ବିମାନବନ୍ଦରରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ନୁଶରତ ବହୁତ ବିବ୍ରତ ଦେଖାଯାଉଛନ୍ତି। ଏହି ସମୟ ମଧ୍ୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନ ଥିଲେ। କେବଳ ଏତିକି କହିଥିଲେ ଯେ, ମୁଁ ବର୍ତ୍ତମାନ ବହୁତ ବିବ୍ରତ, ମୋତେ ଘରେ ପହଞ୍ଚିବାକୁ ଦିଅ।
ନୁଶରତ ‘ହାଇଫା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗଦେବାକୁ ସେଠାକୁ ଯାଇଥିଲେ। ଏହି ଚଳଚ୍ଚିତ୍ର ମହୋତ୍ସବରେ ନୁଶରତଙ୍କ ଫିଲ୍ମ ‘ଅକେଲି’ ପ୍ରଦର୍ଶିତ ହୋଇଥିଲା। କିନ୍ତୁ ସେଠାରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ନୁଶରତ ସେଠାରେ ଫସି ରହିଥିଲେ।

Leave a Reply

Your email address will not be published. Required fields are marked *