ରାଜ୍ୟ

ହୀରକ ଜୟନ୍ତୀ କମିଟି ର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା : ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ କମିଟି ର ସମୀକ୍ଷା ବୈଠକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସଭାରେ ସଭାପତି ରମାକାନ୍ତ ସାହୁ ସମ୍ପଦକ ରାଜେନ୍ଦ୍ର କୁମାର ରାଉତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମାନନ୍ଦ ଦାସ ଏବଂ କୋଷାଧକ୍ଷ ମିସ ଡ଼ଲ୍ଲୀ ଓ ହୀରକ ଜୟନ୍ତୀ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଯୋଗଦେଥିଲେ.l ଉକ୍ତ ବୈଠକ ରେ ସମ୍ପଦକ ଙ୍କ ଦ୍ଵାରା ଆୟ ବାୟ ସଭାରେ ଟିକ ନିକ ଉପସ୍ଥାପନା କରା ଯାଇଥିଲା. ଏହି ସଭାରେ କୈଳାସ ଚନ୍ଦ୍ର ବେହୁରା ବହୁତ ଭଲରେ ହୀରକ ଜୟନ୍ତୀ ହୋଇ ଥିବାରୁ ସଠିକ ସମୟରେ ହିସାବ କମିଟିକୁ ଓ ଉପଦେଷ୍ଟା ମଣ୍ଡଳୀ ଦେଇଥିବାରୁ କମିଟି ର ସମ୍ପଦକ ସଭାପତି ଓ ପ୍ରଧାନ ଶିକ୍ଷକ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ .l ହୀରକ ଜୟନ୍ତୀ ପୂର୍ବରୁ କମିଟି ମେମ୍ବର ସ୍କୁଲରେ ଶିଖକ ବନ୍ଧୁ ପନ୍ଦର ପାଟଣା ଓ ବରୁଣା ପେଗରପଡା ନହୁଣି ପଞ୍ଚଯାତ ସହଯୋଗ କରିଥିବାରୁ ହୀରକ ଜୟନ୍ତୀ କମିଟି ତରଫରୁ ନିରାକାର ସାମଲ ଧନ୍ୟବାଦ ଦେଇଥିଲେ. ଓଳାଭର ଓ ବଳରାମପୁର ସରପଞ୍ଚ ଓ ଅଂଚଳ ବାସୀଙ୍କ ସହଯୋଗ ସବୁ ଦିନ ମନେ ରହିବ ବୋଲି ପ୍ରଦୀପ କୁମାର ଦାସ କହିଥିଲେ ଶେଷରେ ସ୍କୁଲ ର ଦ୍ୱିତୀୟ ବର୍ଷ ଛାତ୍ର ଦାମୋଦର ଦାସ ମିଷ୍ଟାନ ବାଣ୍ଟି ସଭାସଙ୍ଗ କରିଥିଲେ

Leave a Reply

Your email address will not be published. Required fields are marked *