ରାଜ୍ୟ

ଡେପୁଟେସନର ବର୍ଦlନ ପାଇ, ବିଭାଗର ଉପରେ ରହି ନିଜର ବହୁ ଆଲୋକ କରନ୍ତି,ବଡ ବାବୁ ଓ ସାନ ବାବୁ

ଯୋଡ଼ା – ଡେପୁଟେସନ କଣ ଖାଲି ଡେପୁଟେସନ ଆଉ କିଛି ନାହିଁ ଯେପରି,ଖଣି ଅଞ୍ଚଳର ପ୍ରମୁଖ ଦୁଇ ବିଭାଗରେ ଚାଲିଛି କେବଳ ଡେପୁଟେସନର ଚକ୍ରାନ୍ତ। ଯାହାକୁ ଦେଖି,ପଚାରିବ ସେ ଆସିଛି ଡେପୁଟେସନରେ,ମାଳ ମାଳ ଡେପୁଟେସନର ଏହି ସଂଖ୍ୟା ଏଠାରେ।ରାଜଧାନୀର ପ୍ରମୁଖ ପଦବୀରେ ବସି ଥିବା କେତକ ଅଫିସର,ସେଥିମଧ୍ୟରୁ ମାସିକିଆ ଭତ୍ତା ଅଫିସର ସ୍ଵତନ୍ତ୍ରଙ୍କୁ ମଧ୍ୟ ଲଜ୍ୟା ସରମ ବୋଲି ଟିକକ ନାହିଁ,ଭିତିରିଆ ଟିକିଏ କିଛି ମିଳିଗଲେ ସୁବିଧାରେ ହୋଇ ଯିବ ଡେପୁଟେସନ କିମ୍ବା ନିଜ ଘୋଟାଲାର ଅଭିବୃଦ୍ଧି ନିମନ୍ତେ ମଧ୍ୟ ବଢେ ଡେପୁଟେସନର ସଂଖ୍ୟା। ଠିକ୍ ସେହିଭଳି ଦେଖିବାକୁ ଗଲେ,ଖଣି ଲୋଭରେ ବାୟା ହୋଇ ଅଞ୍ଚଳର ଉକ୍ତଦ୍ବୟ ବିଭାଗକୁ,ରାତି ପାହିଲା ବୋଳକୁ ଲାଗୁଛି ବଡ଼ ଲମ୍ବା ଲାଇନ ଛୋଟରୁ ବଡ ବଡିଆଙ୍କର। ଯଦି ବିଭାଗକୁ ଆସିବାରେ କିଛି ନହୋଇ ପାରିଲେ, ଡେପୁଟେସନର ସାହାରା ଶ୍ରେୟ।ସେଭଳି ଏକ ଘଟଣା ବିଭାଗରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବାର ଖବର ଖଣି ଅଞ୍ଚଳକୁ ପୁଣି ସରଗରମ କରିଥିବାର ଜାଣିବାକୁ ମିଳେ । ତେବେ ଦେଖିବାକୁ ଗଲେ,ଭିନ୍ନ ଏକ ଜିଲ୍ଲାରେ ନିଯୋଗ ଥିବା ସ୍ୱତ୍ୱେ,ଅଞ୍ଚଳର ଉକ୍ତ ପ୍ରମୁଖ ବିଭାଗର ଉପରକୁ ଆସିବା ନିମନ୍ତେ ଡେପୁଟେସନର ସୁପାରିସ କରନ୍ତି କର୍ମଚାରୀ ବଡ଼ ବାବୁ ଏବଂ ସାନ ବାବୁଦ୍ବୟ ,ଯାହା ବର୍ଷ ବର୍ଷ ଧରି ଚାଲି ଆସୁଥିବା ବେଳେ କର୍ମଚାରୀଦ୍ବୟ ଅଫିସରର ପାଖ ଲୋକବନି,ଆଉ କରାପୁଟ ଫେରିବାର ନାମ ଧରୁନଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଜଣକ ନିଜର ଚତୁରତା ବୁଦ୍ଧି ଖଟାଇଲା ଯେ, ଡେପୁଟେସନରେ ଆସି ଦୁଇ ଖଣି କ୍ଷେତ୍ର ଭିତରେ ଏପରି ଗୋଳମାଳ କରିଲା ଯେ, ବଦଳି ପରେ ପଦଉର୍ଣତି ପାଇ ଗତ କିଛି ବର୍ଷ ହେଲା ସବୁ କ୍ଷେତ୍ରରେ ବଡ଼ ବାବୁ ବନିଗଲା।ତେବେ ଦେଖାଯାଉ,ଅଫିସର ପଣିଆର ଭାବମୂର୍ତ୍ତିକୁ ରକ୍ଷା କରିବା ନିମନ୍ତେ,ଅଫିସର ଜଣକ ତୁରନ୍ତ ପଦକ୍ଷେପ ଗ୍ରହଣ କରି ,ଏଭଳି କର୍ମଚାରୀ ଦ୍ବୟଙ୍କୁ ନିଜ ନିଜ ସ୍ଥାନକୁ ପଠାଇବା ହେଉଛି କି ନାହିଁ ? ନହେଲେ ବିଭାଗର ଉପରେ ଯାହା ସଭିଙ୍କ ମଧ୍ୟର ଆଲୋଚନା ହେଏ,ଯାହା କ୍ରମଶଃ ତୀବ୍ର ଗତି ହୋଇ ରାଜଧାନୀରେ ଥିବା ହେଡକ୍ୱାର୍ଟସକୁ ଗତି କରିବ ବୋଲି କଥା ହୁଅନ୍ତି ଅନେକ ବୁଦ୍ଧିଜୀବି। ଆଗାମୀରେ ପ୍ରକାଶ ପାଇବ;କେନ୍ଦୁଝର ସହରରେ ଥିବା ସମସ୍ତ ବିବରଣୀ।

Leave a Reply

Your email address will not be published. Required fields are marked *