ମୁଖ୍ୟ ଖବର

ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ଲୁଟେରା ରାଜ

ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ହାତ ଗଣତି କେତେଜଣ ଯନ୍ତ୍ରୀଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଯୋଗୁ ବିଭାଗକୁ ବଦନାମ ମୁଣ୍ଡାଇବାକୁ ପଡୁଛି l ସଚିବ ଭି ଭି ଯାଦବଙ୍କ ଖାସ ନିକଟତମ ଲୋକ କହି ଭୁବନେଶ୍ୱର ଡିଭିଜନ- ୧ ର ନର୍ବାହୀ ଯନ୍ତ୍ରୀ ତ୍ରିନାଥ ବେହେରା ସରକାରୀ ଅର୍ଥ ଆତ୍ମସାତ କରୁଥିବାର ଅଭିଯୋଗ ହେଉଛି l ଡିଭିଜନ ରେ ବ୍ୟପକ ଜାଲିୟାତି ଓ ମିଥ୍ୟା ବିଲ କରି ଲକ୍ଷାଧିକ କଳାଧନ ତ୍ରିନାଥ ବେହେରା ରୋଜଗାର କରୁଛନ୍ତି ଠିକାଦାର ବାପି ଦାସ ଅଭିଯୋଗ କରିଛନ୍ତି l ଶ୍ରୀ ବେହେରା ଡିଭିଜନ କୁ କେତେବେଳେ ଆସନ୍ତି ଆଉ ଯାଆନ୍ତି ତାହା କର୍ମଚାରୀ ଜାଣିପାରନ୍ତି ନାହିଁ l କିଛି ଠିକାଦାରଙ୍କୁ କାମ ଦେଇ ସେମାନଙ୍କୁ ପେମେଣ୍ଟ ନ କରି ଦୌଡ଼ାଇ ଥାନ୍ତି ଓ ସେମାନଙ୍କ ଠାରୁ ମୋଟା ଅଙ୍କର ପିସି ନେବାକୁ ଦାବି କରିଥାନ୍ତି ତ୍ରିନାଥ l ଏଠାରେ ସୁଚାଇ ଦିଆଯାଇପାରେ ଯେ ତ୍ରିନାଥ ବେହେରା ଚାପ ପ୍ରୟୋଗ କରି ଚାକିରୀ କାଳ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ରେ ରହି ଆସିଛନ୍ତି l ଡିଭିଜନ -3ରେ ଏସଡ଼ିଓ ଥିବା ସମୟରେ ରାସ୍ତା ନିର୍ମାଣରେ ଠିକାଦାରଙ୍କ ସହିତ ହାତ ମିଳାଇ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ସରକାରୀ ରାଜକୋଷ କୁ ବେହେରା ବାବୁ ଖୋଳ କରିଥିଲେ l ଡିଭିଜନ -୧ ଅଧୀନ ରେ ଆସୁଥିବା ବହୁତ ରାସ୍ତା ନିମ୍ନ ମାନର କାମ ଯୋଗୁ ମରଣ ଯନ୍ତା ପାଲଟିଛି ଏହାର ମୁଖ୍ୟ ଖଳନାୟକ ହେଉଛନ୍ତି ପିସି ଖିଆ ଯନ୍ତ୍ରୀ ତ୍ରିନାଥ ବେହେରା l ଅନେକ ଯୋଗ୍ୟ ଯନ୍ତ୍ରୀ ଥିବା ବେଳେ କଣ ପାଇଁ ବିଭାଗୀୟ ଅଧିକାରୀ ଏହି ଅକର୍ମା, ନିକମା,, ଗାଲୁଆ ଯନ୍ତ୍ରୀକୁ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଡିଭିଜନ -୧ ରେ ରଖାଯାଇଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି l ଅଫିସରେ ନ ରହି ନିର୍ବାହୀ ଯନ୍ତ୍ରୀ ତ୍ରିନାଥ ବେହେରା ନିର୍ମାଣ ସୌଧ ରେ ନୂତନ ଭାବରେ ଚାକିରୀ କରିଥିବା ମହିଳା ଯନ୍ତ୍ରୀ ମାନଙ୍କ ପାଖକୁ କଣ ପାଇଁ ଯାଉଛନ୍ତି ବୋଲି କିଛି କର୍ମଚାରୀ ଟୁପୁରୁ ଟାପୁରୁ ହେଉଛନ୍ତି l ଦୁର୍ନୀତି ଉପାୟରେ ପିସି ନେଇ ଉପରିସ୍ଥ ଅଧିକାରୀଙ୍କୁ ଦେଇ ନିଜର ସ୍ଥିତିକୁ ବେହେରା ମଜବୁତ କରିଛନ୍ତି l ଅତିରିକ୍ତ ସଚିବ ରାଉତ ବାବୁ ଓ ବାରିକ ବାବୁଙ୍କ ଅଭୟ ବର ପାଇଁ ତ୍ରିନାଥ ବେହେରା ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି l ଯନ୍ତ୍ରୀ ତ୍ରିନାଥ ବେହେରାଙ୍କ ଅଚଳା ଚଳ ସମ୍ପତ୍ତି କିଛି ବେନାମୀ ଲୋକଙ୍କ ନାମରେ ରହିଥିବା ଚର୍ଚ୍ଚା ହେଊଛି l ପୂର୍ତ୍ତ ବିଭାଗର ନିୟମ କାନୁନକୁ ମାଡି ମକଚି ଡିଭିଜନ -୧ରେ

Leave a Reply

Your email address will not be published. Required fields are marked *