ରାଜ୍ୟ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଉତ୍ସବ ପାଳିତ

ଜଗତସିଂହପୁର : ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକ ଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ ନେତା ସୁଦର୍ଶନ ବେହେରା,କୈଳାସ ଦାସ,ମାନସ ରଥ, ସରପଞ୍ଚ ଲିପକ ସାହୁ, ଆଶିଷ କୁମାର ମହାପାତ୍ର, ଅବନୀକାନ୍ତ ମହାରଣା,ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନିଲ କୁମାର ମାଟିଆ,ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ବରୂପ କାନୁନଗୋ,ଇମତିୟାଜ ଖାଁ, ଓମ୍ ପ୍ରକାଶ ସାହୁ,ଶଙ୍କରେଶ୍ବର ଦାସ,ଶୁସାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି‌ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *