ରାଜ୍ୟ

ନିମାପଡା ଏନଏସି ରେ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦଘାଟନ

ନିମାପଡ଼ା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନଭେନସନ୍ ସେଣ୍ଟର ଲୋକସଭା ଭବନ ଠାରେ ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ର ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି। ନିମାପଡ଼ା ଏ ନ ଏସି ର କଲ୍ୟାଣୀମଣ୍ଡପ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ୍ , ଏ ନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ ,ଉପାଧ୍ୟକ୍ଷ ସନ୍ତୋଷ ଦାସ, ପୂର୍ବତନ ଅଧ୍ୟକ୍ଷ ସନକ ପ୍ରଧାନ ଜେନେରାଲ ମ୍ୟାନେଜର ବିଭୂତି ଭୂଷଣ ମହାନ୍ତି , ମ୍ୟାନେଜର ଶଶି ମହାନ୍ତି ଙ୍କ ସମେତ ସ୍ଥାନୀୟ ଅଧିବାସୀ ଉପସ୍ଥିତ ରହି ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହି ପ୍ରକଳ୍ପ ଦ୍ବାରା ନିମାପଡ଼ା ଏ ନ ଏସି ର ୧୧ ଟି ୱାର୍ଡ ର ୨୨ ହଜାର ୩୦୦ ଜନ ସାଧାରଣ ଉପକୃତ ହେବେ ବୋଲି ବିଧାୟକ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *