ଦେଶ- ବିଦେଶ

ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦେଶ

ଜେରୁଜେଲମ, : ହମାସର ମିସାଇଲ ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ଯୁଦ୍ଧ ଘୋଷଣା କରିଛି। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ସୋମବାର ଗାଜା ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ ଉପରେ ହମାସର ଶାସନ ରହିଛି। ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହୋଇଥିବା ଆକ୍ରମଣରେ ସାତଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି।

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ମୁଁ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛି। ଗାଜାକୁ ବିଦ୍ୟୁତ୍‌, ଖାଦ୍ୟ କିମ୍ବା ଇନ୍ଧନ ଯୋଗାଇ ଦିଆଯିବ ନାହିଁ। ଆମେ ଆତଙ୍କବାଦୀଙ୍କ ସହ ଲଢୁଛୁ ଏବଂ ତାଙ୍କ ହିସାବରେ ଜବାବ ଦେବୁ ବୋଲି ଗାଲାଣ୍ଟ ବିବୃତ୍ତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *