ରାଜ୍ୟ

ଖଣି ଅପରାଧୀକ ମାମଲା ଥିବା,ଏବେ ଖଣିରେ କାର୍ଯ୍ୟ ପାଉଛନ୍ତି, ଅଧିକାରୀଙ୍କ ଅଜବ ବ୍ୟବସ୍ଥା ?

ଯୋଡ଼ା – ଖଣି ବିଭାଗର ବ୍ୟବସ୍ଥା ପକ୍ରିୟା ଏବେ ଦିନକୁ ଦିନ ଢିଲା ହେବାରେ ଲାଗିଛି ବୋଲି ସହର ସାରା ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳେ।ଘଟଣା ଯାହା ସହରର ଏକ ଯୁବ ବ୍ୟବସାୟୀ ତଥା ଧନୀଶାଳୀ ବ୍ୟବସାୟୀ ପୁଣି ଥରେ ଖଣି କାର୍ଯ୍ୟରେ ସାମିଲ ହୋଇଥିବାର ଖବର ନିଜ ନାମ ଗୁପ୍ତ ରଖି ସହରର ଏକ ରାଜନୈତିକ ଦଳର ଯୁବ ନେତା ସମସ୍ତ ବିଷୟ କୁହନ୍ତି।ତେବେ ଉକ୍ତ ଯୁବ ବ୍ୟବସାୟୀଙ୍କ ନାମରେ ଗତ କିଛି ବର୍ଷ ତଳେ ପ୍ରାୟ ୨୦୧୧ ମସିହାରେ ଏକ ଖଣିଜ ପଦାର୍ଥ ମାମଲାରେ ଅପରାଧିକ ମାମଲା ରୁଜୁ ରହିଥିବା ବେଳେ ଜୁରୁଡ଼ି ନିକଟ ଏକ ପ୍ରମୁଖ ଖଣିରେ ଉକ୍ତ ଯୁବ ବ୍ୟବସାୟୀ ମୁକେଶ( ଛଦ୍ମନାମ)କିପରି ଖଣି କାର୍ଯ୍ୟ ପାଇବାରେ ସରଳ ହୋଇଛି ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି ? ଏପରିକି ଉକ୍ତ ଖଣିରେ ଗୁରୁତ୍ବପୁର୍ଣ କାର୍ଯ୍ୟ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି, ଯୁବ ବ୍ୟବସାୟୀ ଜଣକ ଚଳାଇଥିବା ବେଳେ ଖଣି ଉପନିର୍ଦ୍ଦେଶକ ଯୋଡ଼ା କାର୍ଯ୍ୟାଳୟ ପକ୍ଷରୁ କିପରି ଛୁଟ ଦିଆଯାଉଛି ଏହିପରି ଅପରାଧିକ ମାମଲା ରହିଥିବା ବ୍ୟକ୍ତି ବିଶେଷଙ୍କୁ ?ଖଣି ଉପନିର୍ଦେଶକ ଯଥା ସମ୍ଭବ ଯାଞ୍ଚ କରି ଉକ୍ତ ଖଣିରେ କାର୍ଯ୍ୟ ଚଳାଇଥିବା ଯୁବ ବ୍ୟବସାୟୀ ପ୍ରତି ଅଙ୍କୁଶ ଲଗାଇବା ସହ ଯଦି କେହି ସମ୍ପର୍କୀୟଙ୍କୁ ନିଯୋଗ କରି କାର୍ଯ୍ୟ ଚଳାଇଥିବା ପ୍ରତି ସୃଷ୍ଟି କେବେ ପଡ଼ିବ ବୋଲି ସାଧାରଣରେ ଦାବୀ ହୁଏ।

Leave a Reply

Your email address will not be published. Required fields are marked *