ରାଜ୍ୟ

ଖଣି କମ୍ପାନୀଙ୍କ ଆମ୍ବୁଲାନ୍ସ କାହା ସେବାରେ ? ଚାଲିଗଲା ମହିଳାଙ୍କ ଜୀବନ

ଯୋଡ଼ା – ଖଣି ଅଞ୍ଚଳରେ ବର୍ଷ ବର୍ଷ ଧରି ବହୁ ଖଣି କମ୍ପାନୀ ଖଣି କାର୍ଯ୍ୟ କରୁଥିବାର ଦେଖାଯାଏ ।ହେଲେ ବର୍ଷ ବର୍ଷ ଧରି ଅଞ୍ଚଳରେ ରହି ବହୁ ବୃହତ ଖଣି କମ୍ପାନୀ ମାନ ଖଣି କାର୍ଯ୍ୟ କରନ୍ତି ସତ,ହେଲେ କେତକ କମ୍ପାନୀ ଆଜି ଯାଏ ଅଞ୍ଚଳ ବାସୀଙ୍କର ନିଜର ହେବାକୁ ଏଯାଏ ନାରାଜର ଥିବାର ଏକ ଜ୍ୱଳନ୍ତ ଉଦାହରଣ,ଗତ ଶନିବାର ଖଣି ସହରରେ ଏକ ଅଭାବନୀୟ ଘଟଣା ପ୍ରମାଣ କରିଦେଇଥିବାର ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯୋଡ଼ା ପୌରାଞ୍ଚଳ ଅନ୍ତର୍ଗତ କମାରଯୋଡ଼ାର କୁଦୁରୁସହିର ବାସିନ୍ଦା ବିନତି କାରୁଆଙ୍କୁ ସାପ ଦଂଶନରେ ମୃତ୍ୟୁ ଘଟଣା ବହୁ କମ୍ପାନୀଙ୍କ ଅସଲମୁଖାର ବହୁ ରହସ୍ୟ ଗୁମର ଖୋଲିଛି।ତେବେ ଘଟଣା ଯାହା,ଗତ ଶନିବାର ମଧ୍ୟରାତ୍ରରେ ବିନତିକୁ ଏକ ସାପ କାମୁଡିବାରୁ ତାଙ୍କୁ ପ୍ରଥମେ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତି କରାଯାଇଥିଲା।ହେଲେ ବିନତିଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ମଧ୍ୟ ତାଙ୍କର ମୃତ୍ୟୁ ଘଟିବା ଖବର ସମଗ୍ର ଖଣି ଅଞ୍ଚଳକୁ ଦୋହଲାଇ ଦେଇଥିବାର ଜଣା ପଡେ।ହେଲେ ପରିବାର ବର୍ଗଙ୍କ କହିବା କଥା ଯୋଡ଼ା ସ୍ଥିତ ମେଡ଼ିକାଲରେ ଚିକିତ୍ସାରେ ସେପରି ଗୁରୁତ୍ୱ ଦେଇନଥିବା ବେଳେ ଯଦିଓ ସ୍ବାସ୍ଥ୍ୟ ଗମ୍ଭୀର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା,ହେଲେ ଏତେ ଗୁଡିଏ ଖଣି କମ୍ପାନୀ ତଥା ଟାଟା ଷ୍ଟିଲ ମେଡ଼ିକାଲର ଆମ୍ବୁଲାନ୍ସ ଯଦିଓ ମିଳି ପାରିଥିଲେ,ହୁଏତ ବିନତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବ ହୋଇ ପାରିଥାନ୍ତା । କିନ୍ତୁ କେତେ ଗୁଡ଼ିଏ କମ୍ପାନୀ କେବଳ ନିଜ ସ୍ବାର୍ଥ ହାସଲ କରିବା ହେଉଛି ଶ୍ରେୟ ବୋଲି ଧରା ପଡ଼ିଗଲା ଏହି ଘଟଣାରୁ ସହରବାସୀ କୁହନ୍ତି।ତେବେ ଏକ ପ୍ରଶ୍ନ ଉଠେ ଯେ ମାଳ ମାଳ କମ୍ପାନୀ ଅଛି ସତ,ହେଲେ କମ୍ପାନୀ ନିଜ ସ୍ବାର୍ଥ ହାସଲ କରିବା ପ୍ରଥମେ ଥିବା ବେଳେ କମ୍ପାନୀଙ୍କ ନିକଟରେ ଥିବା ଆମ୍ବୁଲାନ୍ସ ଗୁଡ଼ିକ କାହାର ସେବାରେ ଲାଗିବ ବୋଲି ଚର୍ଚ୍ଚା ଜୋର ଧରିବା ଆରମ୍ଭ ହୋଇଛି। ତେଣୁ ଆଗାମୀ ଦିନରେ କମ୍ପାନୀ ନିକଟରେ ଥିବା ଆମ୍ବୁଲାନ୍ସ ଗୁଡିକର ସଂଖ୍ୟାର ହିସାବ ପଦାକୁ ଆସିବା ସହ ତାହାର ବ୍ୟବହାର କିଏ ଏବଂ କେଉଁ କାର୍ଯ୍ୟରେ ହେଉଥିବାର ତାଲିକାର ହିସାବ ଏବଂ ଖଣିବାସୀଙ୍କ ଆବଶ୍ୟକତାରେ ଉକ୍ତ ଆମ୍ବୁଲାନ୍ସ କିପରି ସରଳ ଉପାୟରେ ହାତପହନ୍ତାରେ ଉପଲବ୍ଧ ହୋଇ ପାରିବାର ଏକ ମାଧ୍ୟମ ଜିଲ୍ଲା ପ୍ରଶାସନ,ଖଣି ବିଭାଗ, ଯୋଡ଼ା ପୌର କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ ଯୋଗେ,ସମସ୍ତ ଖଣି କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟକାରୀ ପ୍ରଦାନ କରାଯାଉ ବୋଲି ବୁଦ୍ଧିଜୀବି ମହଲରେ ତୀବ୍ର ପରିକ୍ରୀୟା ଆରମ୍ଭ ହୁଏ।

Leave a Reply

Your email address will not be published. Required fields are marked *