ରାଜ୍ୟ

ଗୋପବନ୍ଧୁ ଜୟନ୍ତୀ ସେବା ଦିବସ ଭାବରେ ପାଳିତ


ସମ୍ବଲପୁର : ସେବାର ପ୍ରତିମୂର୍ତ୍ତୀ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ 146 ତମ ଜନ୍ମ ଜୟନ୍ତୀକୁ ସେବା ଦିବସ ଭାବରେ ଅକ୍ଟୋବର ନଅ ତାରିଖ ଦିନ “ମାନବ ସେବା ହିଁ ମାଧବ ସେବା” ସେବା ଅନୁଷ୍ଠାନ ତରଫରୁ ଓଡ଼ିଶାର ସବୁ କୋଣ ଅନୁକୋଣରେ ପାଳିତ ହୋଇଯାଇଛି । ସେବାକାର୍ଯ୍ୟ ମାଧ୍ୟମରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାକୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶତପଥୀ ଏବଂ ବରିଷ୍ଠ ଉପଦେଷ୍ଟା ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶଙ୍କ ପ୍ରରୋଚନାରେ ସମସ୍ତଙ୍କୁ ଆହ୍ୱାନ କରିଥିଲେ l ସେଥିରେ ଅନୁପ୍ରାଣିତ ହୋଇ ଆମର ବ୍ରହ୍ମପୁର ନିବାସୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ରୀଯୁକ୍ତ ସାହାଣୀ ରବିଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁରର ଆମ୍ବଗଡ଼ ରେ ଥିବା ଓମ ଜରା ନିବାସରେ ଗୋପବନ୍ଧୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଠିକ ସେହିପରି ହୀରାକୁଦରେ ଶ୍ରୀ ଚନ୍ଦ୍ରଶେଖର ଶତପଥୀଙ୍କ ତତ୍ତ୍ଵାବଧାନରେ ଶ୍ରୀ ଯୋଗେଶ ହୋତାଙ୍କ ଆତିଥ୍ୟରେ ଷ୍ଟୋର ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ବୃନ୍ଦାବତୀ ପଡ଼ାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ହୀରାକୁଦ ସମ୍ବଲପୁରର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟା ଯୋଗ ଦେଇ ଗୋପବନ୍ଧୁଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ, ଅନ୍ତେବାସୀ ମାନଙ୍କୁ ଜଳଖିଆ ବଣ୍ଟନ କରା ଯାଇଥିଲା ଏବଂ ଶେଷରେ ସେମାନଙ୍କୁ ଶାଢ଼ୀ ଧୋତି ଗାମୁଛା, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ସେହିପରି କଟକର ସି.ଡି.ଏ. ଠାରେ ଥିବା ଅନ୍ଧ ମୂକ ବଧିର ସ୍କୁଲରେ ଶ୍ରୀ ଶଶଧର ପଣ୍ଡାଙ୍କଙ୍କ ତତ୍ୱାବଧାନରେ ଏକ ସୁନ୍ଦର ସେବା କାର୍ଯ୍ୟ କରାଯାଇଥିଲା । ଏଥିରେ କଟକ ଓ ଭୁବନେଶ୍ୱରର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ଅନ୍ତେବାସୀ ମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା, ଅତିଥି ଏବଂ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ପୁଣି ସେହିପରି ରାଉରକେଲାରେ ଶ୍ରୀମତୀ ମୀନୁ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଛେଣ୍ଡରେ ଥିବା ଆଶାଦୀପ ମାନସିକ ଅନଗ୍ରସର ବିଦ୍ୟାଳୟରେ ଏକ ସୁନ୍ଦର ସେବା କାର୍ଯ୍ୟ କରାଯାଇଥିଲା l ସେମାନଙ୍କ ସହ କିଛି ସମୟ ବିତେଇବା ସହ ସକାଳ ଜଳଖିଆ ଦିଆଯାଇଥିଲା l ଏହିପରି ଓଡିଶାର ସବୁ ଜାଗାରେ ଖୁବ ସୁନ୍ଦର ଭାବରେ ସେବାକାର୍ଯ୍ୟ କରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଏବଂ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିତ୍ୱଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଶତପଥୀ ହୃଦୟରୁ କୃତଜ୍ଞତା ଜଣାଇବା ସହ ଅଜସ୍ର ଧନ୍ୟବାଦ ଏବଂ ଶ୍ରଦ୍ଧାସୁମନ ଜଣାଇଛନ୍ତି ଏବଂ ଭଗବାନଙ୍କ ନିକଟରେ ନିବେଦନ କରିଛନ୍ତି କି ସମସ୍ତେ ସୁସ୍ଥ ଓ ନିରାମୟ ରହି ଏହିପରି ସେବାକାର୍ଯ୍ୟରେ ବ୍ରତୀ ହୋଇ ଆଗକୁ ଆଗକୁ ମାଡି ଚାଲିବା ପାଇଁ l
——————–

Leave a Reply

Your email address will not be published. Required fields are marked *