ଖେଳ

ବାଂଲାଦେଶକୁ ୧୩୭ ରନରେ ପରାଜିତ କଲା ଇଂଲଣ୍ଡ

ଧରମଶାଲା, : ବିଶ୍ୱକପ କ୍ରିକେଟ ୨୦୨୩ର ସପ୍ତମ ମ୍ୟାଚ ଧରମଶାଲାର ହିମଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିଲା। ଇଂଲଣ୍ଡ ବାଂଲାଦେଶକୁ ୧୩୭ ରନରେ ପରାଜିତ କରିଛି।

ମ୍ୟାଚରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ଦଳ ଅଧିନାୟକ ଜୋସ ବଟଲରଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରି ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୬୪ ରନ କରିଥିଲା।

ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୬୫ ରନ ରହିଥିଲା। ଏହାର ଜବାବରେ ବାଂଲାଦେଶ ଟିମ୍‌ ୪୮.୨ ଓଭରରେ ୧୦ ଓ୍ବିକେଟ ହରାଇ ୨୨୭ ରନ କରିଥିଲା।

Leave a Reply

Your email address will not be published. Required fields are marked *