ରାଜ୍ୟ

ବିପଦଜନକ ଭାବେ ଓହଳିଛି ବିଦ୍ୟୁତ ତାର


ନିମାପଡ଼ା : ପୁରୀ ଜିଲ୍ଲା ର ନୟାହାଟ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ। ପାନ ବ୍ୟବସାୟ ପାଇଁ ନୟାହାଟ ସାରା ରାଜ୍ୟ ରେ ପ୍ରସିଦ୍ଧି ଲାଭ କରିଛି। ସପ୍ତାହ ର ସୋମବାର ଓ ଶୁକ୍ରବାର ଏଠାରେ ସ୍ଵତନ୍ତ୍ର ଭାବେ ସାପ୍ତାହିକ
ପାନ ହାଟ ଅନୁଷ୍ଠିତ ହେଉଥିବାବେଳେ ରବିବାର ଓ ବୁଧବାର ଅନ୍ୟ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଥାଏ। ହାଟ ପାଳି ରେ ନୟାହାଟ ଠାରେ ହଜାର ହଜାର ଲୋକ ଙ୍କ ସମାଗମ ଘଟିଥାଏ। ନୟାହାଟ ମୁଖ୍ୟ ବଜାର ର ଆକ୍ସିସ ବ୍ୟାଙ୍କ ଏ ଟି ଏମ୍ ସମ୍ମୁଖରେ ବିଦ୍ୟୁତ ତାର ଅତି ତଳେ ମୁଣ୍ଡରେ ବାଜିବା ସ୍ଥାନ ରେ ଝୁଲି ରହିଛି।କୌଣସି ଦିନ ଏଠାରେ ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୋଇଛି।ବାରମ୍ବାର ବ୍ୟବସାୟୀ ମାନେ ଏ ସମ୍ପର୍କ ରେ ବିଦୁତ
ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ
ବିପଦଜନକ ଭାବେ ଓହଳି ପଡିଥିବା ବିଦ୍ୟୁତ ତାର କୁ ମରାମତି କରିବାକୁ ବ୍ୟବସାୟୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *