ଦେଶ- ବିଦେଶ

ଆଇଏସ୍‌ଆଇଏସ୍‌ଠାରୁ ବି ଅଧିକ ଭୟଙ୍କର ହମାସ: ନେତ୍ୟାନାହୁ

ଜେରୁଜେଲମ,: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଚରମସ୍ଥିତିରେ ପହଞ୍ଚିଛି। ଏହି ଯୁଦ୍ଧରେ ଏବେ ଯାଏ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ପରିସ୍ଥିତିରେ ହମାସ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ଠାରୁ ବି ଅଧିକ ଭୟଙ୍କର ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ହମାସର ବର୍ବରତାର ଫଟୋ ଶେୟାର କରି ଏକଥା କହିଛନ୍ତି। ସୂଚନାଯୋଗ୍ୟ, ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟ ପଟୁ ଯୁଦ୍ଧ ତୀବ୍ରତର ହେଉଛି। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ ନେଇଥିବା ଘୋଷଣା କରିଛି।

Leave a Reply

Your email address will not be published. Required fields are marked *