ଦେଶ- ବିଦେଶ

୧. ୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ :  ଗତ ଫେବ୍ରୁଆରି  ମାସରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୪୯ ହଜାର ୫୭୭ କୋଟି ଟଙ୍କାରେ ପହଞ୍ଚିଛି । ଏହା ଫେବ୍ରୁଆରି ୨୦୨୨ ତୁଳନାରେ ୧୨ ପ୍ରତିଶତ ଅଧିକ ହୋଇଥିବାବେଳେ ଜାନୁଆରି ୨୦୨୩ ତୁଳନାରେ ୫ ପ୍ରତିଶତ କମ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

ଫେବ୍ରୁଆରି ମାସରେ ସଂଗ୍ରହ ହୋଇଥିବା ୧ ଲକ୍ଷ ୪୯ ହଜାର ୫୭୭ କୋଟି ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୭,୬୬୨ କୋଟି, ରାଜ୍ୟ ଜିଏସଟି  ୩୪,୯୧୫ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୭୫,୦୬୯ କୋଟି ଟଙ୍କା ଓ ସେସ ୧୧,୯୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ଏହି ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ  ୧୦ ପ୍ରତିଶତ ବୃଦ୍ଧି ପାଇ ୪୫୧୯  କୋଟିରେ ପହଞ୍ଚିଛି ।

ଏହା ସହିତ  ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୧୧ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି । ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ଏହା ଭାରତୀୟ ଅର୍ଥନୀତିର ଉତ୍ତମ ସ୍ବାସ୍ଥ୍ୟକୁ ଦର୍ଶାଉଛି । ନଭେମ୍ବର ମାସରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୧୭ ହଜାର କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *