ମୁଖ୍ୟ ଖବର

ବାହୁବଳି ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପାଣିକୋଇଲି କୁ ଯିବାର ରହସ୍ୟ କଣ?

ଭୁବନେଶ୍ୱର : ପୂର୍ତ ବିଭାଗରେ କିଛି ନିର୍ଦ୍ଧିଷ୍ଟ ଯନ୍ତ୍ରୀଙ୍କ ଲାଞ୍ଚୁଆ ଗୁଣ ତଥା ସରକାରୀ ତହବିଲ ଲୁଟିବାର ମୋହ ଏବଂ ରାତାରାତି ଆରବପତି ହେବାର ଅଭିଳାଷ ଯୋଗୁ ବିଭାଗ ବଦନାମ ହେଉଛି l ଯାଜପୁର ଜିଲ୍ଲାରେ ପାଣିକୋଇଲି ଡିଭିଜନ ପୂର୍ତ ବିଭାଗର ଏକମାତ୍ର ବଡ଼ ଡିଭିଜନ ହୋଇଥିବାରୁ କୋଟି କୋଟି ଟଙ୍କା କାମ ହୋଇଥାଏ l ପାଣିକୋଇଲି ଡିଭିଜନରେ ନିର୍ବାହୀ ଯନ୍ତ୍ରୀ ଭାବରେ ପୂର୍ଣ୍ଣ ଦଳେଇ ରହିବା ପାଇଁ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶରଣ ପଶିଥିଲେ l ଭୁବନେଶ୍ୱର ଡିଭିଜନ -5 ରେ ବେଶିକିଛି ଫାଇଦା ମିଳୁନଥିବାରୁ ଯନ୍ତ୍ରୀ ଦଳେଇ ଡେପ୍ଲଏଡ଼ରେ ପାଣିକୋଇଲି କୁ ଯାଇଥଲେ ଓ ପରେ ସଚିବ ଯାଦବଙ୍କ ଦୁଇ କୋଟି ଟଙ୍କା ଦେଇ ସ୍ଥାୟୀ ଭାବରେ ନିଯୁକ୍ତି ହୋଇଛନ୍ତି l ମିଥ୍ୟା ବିଲ କରିବାର ସୌଦାଗର ଯନ୍ତ୍ରୀ ଦଳେଇ ଅଫିସର ନିୟମାବଳୀକୁ କୁଠାର ଘାତ କରି ପିସି ନେବାରେ ରାଜ୍ୟରେ ପ୍ରଥମ l ଦଳେଇ ବାବୁ ଭୁବନେଶ୍ୱର ଡିଭିଜନ -3 ରେ ଏସଡିଓ ଥିବା ସମୟରେ ନିର୍ବାହୀ ଯନ୍ତ୍ରୀ ହୋତା ବାବୁଙ୍କ ଡାହାଣ ହାତ ହୋଇ ରାସ୍ତା ନିର୍ମାଣରେ ଲକ୍ଷ୍ୟଧିକଟଙ୍କା ମିଥ୍ୟା ବିଲ କରି ରାଜକୋଷକୁ ଖୋଳ କରିଥିଲେ l ଚନ୍ଦ୍ରଶେଖର ପୁର ରେ ନୂତନ ରାସ୍ତା ନିର୍ମାଣ ରେ ଏସଡିଓ ଦଳେଇ ବହୁ ଦୁର୍ନୀତି କରିଛନ୍ତି ତାହାର ଭିଜିଲାନ୍ସ ତଦନ୍ତହେଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ l କଳା ଟଙ୍କାର ସୌଦାଗର ପୂର୍ଣ୍ଣ ଦଳେଇ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମା ବଲ୍ଲଭ ସ୍ୱାଇଁଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇ ଦଳେଇ ଡିଭିଜନ -5ର ନିର୍ବାହୀ ଯନ୍ତ୍ରୀ ହୋଇଥିଲେ l ପୂର୍ଣ୍ଣ ଦଳେଇ ମହା ଧ୍ରୁତ ଓ ବିରାଟ ବଡ଼ ଟାଉଟର ବୋଲି ରମା ବଲ୍ଲଭ ସ୍ୱାଇଁ ମତ ବ୍ୟକ୍ତ କରିଛନ୍ତି ଯନ୍ତ୍ରୀ lପୂର୍ଣ୍ଣ ଦଳେଇ ପ୍ରଥମ ହକି ୱାର୍ଲଡ ବେଳେ କଳିଙ୍ଗ ଷ୍ଟାଡିଅମ ନବୀକରଣ ରେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଦୁଇ କିଲୋ ସୁନା କିଣି ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା l ଡିଭିଜନ -3 ରେ ହୋତା ବାବୁ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ଅନେକ ଯୁବତୀଙ୍କ ସହିତ ସମର୍କ ରଖି ଥିଲେ ଚାକିରୀ କରିଦେବାର ପ୍ରତିଶୃତି ଦେଇ, ଏହି ଯୁବତୀ ସବୁ ଆଣି ଦେବାରେ ଦଳେଇ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ l ଭୁବନେଶ୍ୱର ଡିଭିଜନ -5ରେ ଥିବା ସମୟରେ 10%ପିସି ଯନ୍ତ୍ରୀ ଦଳେଇ ନିଅନ୍ତି ବୋଲି ପୂର୍ବତନ ମୁଖ୍ୟ ଯନ୍ତ୍ରୀ ସତ୍ୟ ରଞ୍ଜନ ସେଠି ମତ ପ୍ରକାଶ କରିଛନ୍ତି l ଅଯୋଗ୍ୟ ଦଳେଇ ଜେଇ ହୋଇ ଆହୁରି 10 ବର୍ଷ ରହିବାର ଥିଲା lପିସି ନେବାରେ ପ୍ରଥମ ଥିବା ପୂର୍ଣ୍ଣ ଦଳେଇ କୁ କିଏ ଅଧିକ୍ଷଣ ଯନ୍ତ୍ରୀ କଲା ତାହା ଆଚର୍ଯ୍ୟ ର ବିଷୟ ବୋଲି ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଓମ ପଟେଲ ମତ ରଖିଛନ୍ତି l ବିଲୁଆ ପରି ଚତୁର ଯନ୍ତ୍ରୀ ଦଳେଇ ପାଣିକୋଇଲିକୁ ଯାଇଛନ୍ତି ଲୁଟିବାକୁ l ବହୁତ ବର୍ଷ ହେଲା ପୂର୍ଣ୍ଣ ଦଳେଇ ଭୁବନେଶ୍ୱର ରେ ରହି ଯାଜପୁର ଯାଇ କ୍ଷମତା ଉପଭୋଗ କରୁଛନ୍ତି l ପିସି ଖିଆ ଯନ୍ତ୍ରୀ ଦଳେଇକୁ କୋରାପୁଟ, ମାଲକାନଗିରି, ରାୟଗଡା ଆଦି ସ୍ଥାନକୁ ପଠାଇବାକୁ ସାଧାରଣ ରେ ଦାବି ହେଊଛି l ସଚିବ, ସର୍ବୋଚ୍ଚ ଯାନ୍ତ୍ତୀ କୁ ଡ୍ୟାସ ରେ ଖାତିର କରନ୍ତିନି ଯନ୍ତ୍ରୀ ଦଳେଇ l ଭୁବନେଶ୍ୱର ଡିଭିଜନ -5 ଅଧୀନରେ ଦିଲ୍ଲୀ ଓ ମୁମ୍ବାଇ ଓଡ଼ିଆ ଭବନ ମରାମତି ରେ ଯନ୍ତ୍ରୀ ଦଳେଇ ଲଖ୍ୟ ଲଖ୍ୟ ଟଙ୍କା ର ମିଥ୍ୟା ବିଲ କରି ନିଜ ସମ୍ପର୍କୀୟଙ୍କ ନାମରେ କଳା ଟଙ୍କା ଗଛିତ ରଖିଛନ୍ତି l ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପୂର୍ଣ୍ଣ ଦଳେଇଙ୍କ ଉପରେ ତଦନ୍ତ କଲେ ଦଳେଇ ଜେଲ ଯିବା ନିଶ୍ଚିନ୍ତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି lବିଧାୟକ ବବି ଦାସ ଓ ପ୍ରୀତି ରଞ୍ଜନ ଘଡେଇଙ୍କ ଖାସ ଲୋକ କହି ଯନ୍ତ୍ରୀ ଦଳେଇ ପାଣିକୋଇଲିରେ ଲୁଟେରା ରାଜ ଆରମ୍ଭ କରିସାରିଲେଣି l

Leave a Reply

Your email address will not be published. Required fields are marked *