ରାଜ୍ୟ

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ


ନିମାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭ ଉଦଘାଟନ କରିଥିବା ବେଳେ ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ରେ ଏହି କାର୍ଯ୍ୟକ୍ରମ କୁ ନିମାପଡା ବିଧାୟକ ସମୀର ରଂଜନ ଦାଶ ରିବନ କାଟି ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ୬୨ ଟି ସ୍କୁଟର ମା ମାନଙ୍କୁ ପ୍ରଦାନ କରିଛନ୍ତି । ନିମାପଡା ବ୍ଲକରେ ମୋଟ ୩୮୭ ଟି ସ୍କୁଟର ପାଇଁ ମା ମାନେ ଆବେଦନ କରିଥିବା ବେଳେ ୧୩୭ ଜଣଙ୍କର ଆବେଦନ ମଞ୍ଜୁର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୨ ଜଣଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଞ୍ଚାୟତ ମହିଳା ସଂଘ ସଭାପତି,ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପାଣି ମିତ୍ର,ବ୍ଲକ ସ୍ତରୀୟ ମହିଳା ମହାସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୁଗାନ୍ତକାରୀ ଯୋଜନା କୁ ମିଶନ ଶକ୍ତି ର ମା ମାନେ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *