ରାଜ୍ୟ

ଡ଼ିଡିଏମ”ଦେଇଥିବା ଦୁଇ ସିକ୍ୟୁରୁଟୀଙ୍କର “ଡିଡିସିଏ'” ଅଫିସରେ ପାଳି କିମ୍ବା ବଦଳି ନାହିଁ କାହିଁକି?

ଯୋଡ଼ା – କେଉଁ ପ୍ରକାରର ବ୍ୟବସ୍ଥା ଚାଲୁଛି ଖଣି ବିଭାଗରେ ? ଚାକିରୀ କରିଛନ୍ତି ବୋଲି କଣ ଭଲ କି ମନ୍ଦ ନିଜର ବୋଲି କିଛି ନାହିଁ ବୋଧ ହୁଏ ଖଣି ବିଭାଗରେ? ନା ତଳସ୍ଥ କର୍ମଚାରୀ ବୋଲି ଅଫିସର ଯାହା କହିବେ,କଣ ସବୁ ମୁଣ୍ଡ ପାତି କାର୍ଯ୍ୟ କରିବାକୁ ବାଧ୍ୟ କି? ତେବେ ସେହିପରି ଏକ ଅବ୍ୟବସ୍ଥା ଯୋଡ଼ା ସ୍ଥିତ ଖଣି ବିଭାଗ ଉପନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ ଅଫିସରେ ଦେଖିବାକୁ ମିଳିଛି।ଘଟଣା ଯାହା ଖଣି ବିଭାଗର ପୁର୍ବତନ ଦୁଇ ସୁରକ୍ଷାକର୍ମୀ ବିଷ୍ଣୁ ପ୍ରସାଦ ଭୁଗଲ(ଡି.ଡି.ଏମ) ଅବସର ସାରିଥିବା ବେଳେ ଅନ୍ୟ ଜଣକ ସ୍ବର୍ଗତ ଗଙ୍ଗା ପାତ୍ରଙ୍କୁ (ଡି.ଡି.ସି.ଏ)ହାତୀ ଆକ୍ରମଣରେ ମୃତ୍ୟୁ ପରେ ଉକ୍ତ ଦ୍ବୟ ବିଭାଗରେ ୱାଚ ମ୍ୟାନ(ରାତ୍ରୀ ସୁରକ୍ଷାକର୍ମୀ ) ସ୍ଥାନ ଖାଲି ଥିବା ବେଳେ ଗତ କିଛି ବର୍ଷ ହେଲା କେତକ ଅନୁଷ୍ଠାନ ପକ୍ଷରୁ ବିଭାଗକୁ ମିଳିଥିବା କେତେକ ସୁରକ୍ଷା କର୍ମୀ ବର୍ତ୍ତମାନ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଏବଂ ନିକଟକୁ ଲାଗିକରି ଥିବା ମାଇନିଙ୍ଗ କଲୋନୀକୁ ରାତି ଦିନ ପ୍ରହରା ଦେଇଥାନ୍ତି,ସେବି ଘଣ୍ଟାକୁ ହିସାବ ଯାହା ବ୍ୟବସ୍ଥା ରହିଛି ବଦଳି (ପାଳି)ପକ୍ରିୟାରେ ନିଯୋଗ ରହିଥିବା ଦେଖିବାକୁ ମିଳେ। ହେଲେ ଗତ ମାସର ଶେଷ ଶନିବାର ଦିନ ଏକ ସାକ୍ଷାତରେ ଖଣି ଉପନିର୍ଦ୍ଦେଶକଙ୍କ ଶ୍ରୀ ଦିନେଶ ଅଗ୍ରୱାଲଙ୍କ କହିବା କଥା ତଳ ବିଭାଗର ସୁରକ୍ଷା ଦୃଷ୍ଟି ନିମନ୍ତେ ,ସେ ଦୁଇ ଜଣ ସୁରକ୍ଷା କର୍ମୀକୁ ଡି.ଡି.ସି.ଏଙ୍କ ବିଭାଗରେ ନିଯୋଗ ରହିବାର ନିର୍ଦ୍ଦେଶ ଦେଇ ମହତ କାର୍ଯ୍ୟ ହୋଇଥିବା ବେଳେ,ଉକ୍ତ ସୁରକ୍ଷାକର୍ମୀ ମଧ୍ୟ କାର୍ଯ୍ୟରେ ତୀଳେ ମାତ୍ରେ ହେଳା ନକରି,ନିର୍ଦ୍ଦେଶ ପାଳନ କରି ଉକ୍ତ କାର୍ଯ୍ୟଳୟରେ ଦୈନଦିନ ପ୍ରହରା ଦେଉଥିବାର ଦେଖିବାକୁ ମିଳେ ଅଫିସ ସମୟରେ। କିନ୍ତୁ ଗୁରୁତ୍ୱ ବିଷୟ ଏହାଯେ,ପ୍ରତ୍ୟେକ ଲୋକ ହେଉ କି କର୍ମଚାରୀ କିମ୍ବା କୌଣସି ଅଫିସର ନିଜର ବ୍ୟକ୍ତିଗତ ହେଉକି କିମ୍ବା ପାରିବାରିକ ନିମନ୍ତେ ସମୟର ଆବଶ୍ୟକ ପାଇଁ ଛୁୂଟି ଦିନ ନିହାତି ଆବଶ୍ୟକ ହୋଇଥାଏ କିନ୍ତୁ ନିଯୋଗ ଥିବା ଉକ୍ତ ସୁରକ୍ଷାକର୍ମୀଙ୍କୁ ନୀତି ଦିନ ବିଭାଗରେ ପ୍ରହରା ଦେବାର ଉପଲବ୍ଧି ହୋଇଥାଏ।ଯଦ୍ୱାରା ଉକ୍ତ ସୁରକ୍ଷାକର୍ମୀଙ୍କ ପାଇଁ ଏକ ପ୍ରକାର କଷ୍ଟ ଦାୟକ ମଧ୍ୟ ହୋଇପାରେ ନଚେତ ପ୍ରତ୍ୟେକ ଦିନ ପ୍ରହରା ଦେବା,ଦେଖିବାକୁ ଗଲେ ଏକ ପ୍ରକାର ଚାଲେଞ୍ଜ ମଧ୍ୟ କୁହାଯାଇପାରେ ଉକ୍ତ ଦ୍ବୟଙ୍କ ପକ୍ଷେ । ଏଠାରେ ଆଉ ଗୋଟିଏ ଗୁରୁତ୍ୱ ବିଷୟ ଯେ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ନିହାତି ଜରୁରୀ ରହିଥିବା ବେଳେ ସମୟ କ୍ରମେ ବଦଳିର କରି, ପାଳି ଆକାରରେ ଭିନ୍ନ ସୁରକ୍ଷାକର୍ମୀ ନିଯୋଗ କରିବାର ନିହାତି ଆବଶ୍ୟକ ରହିଛି।ଯେପରି ସ୍ୱଚ୍ଛତା ଏବଂ ନିଜ ବିଭାଗର ସୁରକ୍ଷାକୁ କଡା ରଖିବା ନିମନ୍ତେ ଖୋଦ ଖଣି ଉପନିର୍ଦ୍ଦେଶକ ମଧ୍ୟ ସୁରକ୍ଷା କର୍ମୀଙ୍କର ବଦଳି କରିବା ତଥା ପାଳି ପକ୍ରିୟା ରହିଥିବାର ଦେଖିବାକୁ ମିଳେ ।ଏପରିକି କାର୍ଯ୍ୟାଳୟ ନିକଟରେ ଥିବା କଲୋନୀରେ ଯେଉଁ ପରି ସୁବନ୍ଦୋବସ୍ତ ରହିଛି।

Leave a Reply

Your email address will not be published. Required fields are marked *